ରିପୋର୍ଟ : ପ୍ରସନ୍ନ କୁମାର ସ୍ବାଇଁ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସରେ ଭୁବନେଶ୍ୱର ବନାମ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଠିତହୋଇଥିଲା । ପ୍ରଥମାର୍ଦ୍ଧ ରେ ଉଭୟ ଦଳ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ ଦେଇ ସମାନ ସ୍ଥିତିରେ ଥିଲେ । କଡା ଟକ୍କର ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟାଇ ବ୍ରେକର ଯୋଗେ ୨-୧ଗୋଲରେ ଆଠମଲ୍ଲିକ ଦଳ ବିଜୟୀ ହୋଇଛନ୍ତି ।ଏହି ଖେଳକୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ ବେଗ, ଭଞ୍ଜ କିଶୋର ଯତି ଲକ୍ଷ୍ମୀଧର ଚୌଧୁରୀ ଓ ସରୋଜ ମହାରଣା । ଦ୍ଵିତୀୟାର୍ଦ୍ଧ ମ୍ୟାଚ ବୋଲଗଡ ବନାମ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୋଲଗଡ ୨-୧ଗୋଲରେ ବିଜୟୀ ହୋଇଛନ୍ତି ।ଆସନ୍ତାକାଲି ଭଞ୍ଜନଗର ବନାମ ବୌଦ୍ଧ ଓ ଆଠମଲ୍ଲିକ ବନାମ ବୋଲଗଡ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି।


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।