ରିପୋର୍ଟ : ପ୍ରସନ୍ନ କୁମାର ସ୍ବାଇଁ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସରେ ଭୁବନେଶ୍ୱର ବନାମ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଠିତହୋଇଥିଲା । ପ୍ରଥମାର୍ଦ୍ଧ ରେ ଉଭୟ ଦଳ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ ଦେଇ ସମାନ ସ୍ଥିତିରେ ଥିଲେ । କଡା ଟକ୍କର ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟାଇ ବ୍ରେକର ଯୋଗେ ୨-୧ଗୋଲରେ ଆଠମଲ୍ଲିକ ଦଳ ବିଜୟୀ ହୋଇଛନ୍ତି ।ଏହି ଖେଳକୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ ବେଗ, ଭଞ୍ଜ କିଶୋର ଯତି ଲକ୍ଷ୍ମୀଧର ଚୌଧୁରୀ ଓ ସରୋଜ ମହାରଣା । ଦ୍ଵିତୀୟାର୍ଦ୍ଧ ମ୍ୟାଚ ବୋଲଗଡ ବନାମ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୋଲଗଡ ୨-୧ଗୋଲରେ ବିଜୟୀ ହୋଇଛନ୍ତି ।ଆସନ୍ତାକାଲି ଭଞ୍ଜନଗର ବନାମ ବୌଦ୍ଧ ଓ ଆଠମଲ୍ଲିକ ବନାମ ବୋଲଗଡ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି।


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।