
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ବେଆଇନ ହୋର୍ଡିଂ ଉଚ୍ଛେଦ , ପଲିଥିନ ଜବତ ତଥା ନିର୍ମାଣ ଏବଂ ଭଗ୍ନାବଶେଷ” ( C & D Waste ) ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ତତ୍ପର ରାୟଗଡ଼ ପୌର ପରିଷଦ
ରାୟଗଡ଼ ପୌରାଞ୍ଚଳରେ ବହୁଳ ପରିମାଣରେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ପୁରୁଣା ଗୃହକୁ ଭଙ୍ଗାଯିବା ସମୟରେ ସେଥିରୁ ବାହାରୁଥିବା ଭଗ୍ନାବଶେଷ ଏବଂ ନୂତନ ଗୃହ କାର୍ଯ୍ୟ ପାଇଁ ଆବଶ୍ୟକ ବାଲି ଗୋଡି ସିମେଣ୍ଟ ଇତ୍ୟାଦି ବହୁଳ ପରିମାଣରେ ପୌର ପରିଷଦ ପରିସୀମା ଅନ୍ତର୍ଭୁକ୍ତ ରାସ୍ତା ଉପରେ ପଡି ରହୁଥିବାର ଦେଖିବାକୁ ମିଳୁଛି । ଏହାର ସୁପରିଚାଳନା ପାଇଁ ପୌର ପରିଷଦ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏହାକୁ ଦୃଢ ଭାବେ କାର୍ଯ୍ୟକାରୀ କରିବାପାଇଁ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରିରହିବା ସହିତ ମାଲିକ ମାନଙ୍କ ଦ୍ଵାରା ଗଚ୍ଛିତ ସାମଗ୍ରୀ ଉଠାଯାଇ ଆଠ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଅଛି । ସେହିଭଳି ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ ହୋର୍ଡିଂକୁ ମଧ୍ୟ ଏନଫୋର୍ସମେଣ୍ଟ ଟିମ ଦ୍ଵାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିସହିତ ୧୦ କିଲୋଗ୍ରାମ ଏକକ ବ୍ୟବହୃତ ଜରି ବା ପଲିଥିନକୁ ଜବତ କରାଯାଇ ଦଶ ହଜାର ପାଞ୍ଚଶହ ଟଙ୍କା ଜରିମାନା ଆଦାୟ କରାଯାଇଅଛି । ସହରକୁ ସଫା ଏବଂ ସୁନ୍ଦର ରଖିବାର ପ୍ରୟାସ ପରିଷଦ ପକ୍ଷରୁ ଜାରି ରହିଥିବାବେଳେ ଉପରୋକ୍ତ କୌଣସି ନିୟମକୁ ଉଲଂଘନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକ ଦୃଢୋକ୍ତି ରଖିଛନ୍ତି । ସେହିଭଳି ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତ ଅଧିବାସୀ ତଥା ବ୍ୟବସାୟୀ ମାନକୁ ସଚେତନ ରହିବା ସହିତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିୟମକୁ ଠିକ ଭାବେ ପାଳନ କରିବା ତଥା ସହରର ବିକାଶ ଏବଂ ସୌନ୍ଦର୍ଜ୍ୟ କରଣରେ ପରିଷଦକୁ ସହଯୋଗ କରିବା ପାଇଁ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।