ରାୟଗଡ଼ ଜିଲ୍ଲା:-(ଆମ ଓଡିଶା ଖବର) ଅଦ୍ଯ ତା୩.୮.୨୫ ରିଖ ରବିବାର ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଓ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ ଲେଲିବାଡି ଗାଁ ରେ ଜୟଦେବ ସିଠଙ୍କ ସାଧୁ ଉଦ୍ୟମରେ ଗ୍ରାମବାସୀ ମାନଙ୍କୁ ହନୁମାନ ଚାଳିଶା ବଣ୍ଟନ କରାଯାଇଛି। ହନୁମାନ ଚାଳିଶା ପଠନର ଉପାଦେୟତା କହିବା ସହ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଜାଗ୍ରତ କରି ସନାତନ ଧର୍ମର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିଥିଲେ।ଗୀତା, ଭାଗବତ ପଢ଼ି ହିନ୍ଦୁତ୍ବ ତଥା ଭାରତୀୟତା ମନ୍ତ୍ରରେ ମଜି ରହିବା,ଗୋ ସେବା କରିବା,ତୁଳସୀ,ବେଲଗଛ ଲଗେଇବା, ବର୍ଜ୍ୟ ପାନୀୟ ତ୍ୟାଗ କରିବା, ନିଜକୁ ସଂସ୍କୃତି ସଂପନ୍ନ କରିବା ଇତ୍ୟାଦି ହିତ ବାର୍ତ୍ତାର ସୂଚନା ଦେଇଥିଲେ।ତତ୍ପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସକ୍ରୀୟାତ୍ମକ ପଦ୍ଧତିରେ ଶିକ୍ଷଣ କାର୍ଯ୍ୟ କରିଥିଲେ।ନିଜକୁ ଭଲ ମଣିଷ ଭାବେ ଗଢି ଗାଁ, ଜିଲ୍ଲା, ରାଜ୍ୟ, ସର୍ବୋପରି ରାଷ୍ଟ୍ର ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉତ୍ସାହ ଆଗ୍ରହ ପାଇଁ ଛତା, ପାଠ୍ୟ ଉପକରଣ ଓ ବିସ୍କୁଟ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଗାଁର ଗଣମାନ୍ଯ ମୁଷ୍ଟିମେୟ ପୁରୁଷ ମହିଳା ଉପସ୍ଥିତ ଥିଲେ। ଗାଁ ଏକଲ ବିଦ୍ୟାଳୟ ର ଗୁରୁମା’ ରାଜେଶ୍ବେରୀ କଣ୍ଟା ବଂଶ ଓ ଜିଲ୍ଲା ସଂସ୍କାର ଶିକ୍ଷା ହରି କଥା ବ୍ୟାସ ଅଞ୍ଜଳି ପ୍ରଧାନ ସଂପୂର୍ଣ୍ଣ ସହାୟତା ଯୋଗାଇ ଲୋକମାନଙ୍କ ମନରେ ଭକ୍ତିଭାବ ଓ ଦେଶ ପ୍ରୀତି ଜାଗ୍ରତ କରାଇଥିଲେ। ଶେଷରେ ମନ୍ତ୍ରଧ୍ବନି ଉଚ୍ଚାରଣ ପୂର୍ବକ କାର୍ଯ୍ୟ ସମାପନ କରାଯାଇଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।