
ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶାଖବର)ଅଗଷ୍ଟ ମାସ ପ୍ରଥମ ରବିବାର ହେଉଛି ବନ୍ଧୁତା ଦିବସ ଏହି ଅବସରରେ ବ୍ରହ୍ମପୁର ସବୁଜବାହିନୀ ଓ କଳିଙ୍ଗ ବିଦ୍ୟା ମନ୍ଦିରର ମିଳିତ ଆନୁକୁଲ୍ୟରେ ଏକ ନିଆରା କାର୍ଯ୍ୟକ୍ରମ “ଆସ ବୃକ୍ଷ ସହ କରିବା ମିତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ସହରରେ ଥିବା ଶହ ଶହ ପୁରୁଣା ବଡ଼ ବଡ଼ ବଟ ଓ ଅସ୍ଵସ୍ତ୍ ବୃକ୍ଷ ଗୁଡ଼ିକର ସୁରକ୍ଷା ପାଇଁ ବିଭିନ୍ନ ବର୍ଗର ଜନସାଧାରଣ ମାନଙ୍କୁ ସହ ମିଶି ପରିବେଶ ଅନୁକୂଳ ଫୁଲ ଓ ନଡ଼ିଆ ଗଛର ପତ୍ରରେ ତିଆରି କରାଯାଏ ମିତ୍ରତାର ଡରି ଓ ସେହି ଡରିକୁ ସମସ୍ତେ ଗଛରେ ବାନ୍ଧି ବୃକ୍ଷ ସହ ମିତ୍ରତା କରିବା ସହ ଗଛକୁ ସୁରକ୍ଷା ଦେବା ପାଇଁ ଶପଥ ନେଉଥିବା ବେଳେ ଏହି ବର୍ଷ ସୂକୁଣ୍ଡା ହଜ ଠାରେ ବିଗତ ଦିନରେ ଲଗା ଯାଇଥିବା ବିଭିନ୍ନ ପ୍ରକାରର ବୃକ୍ଷ ମାନଙ୍କୁ ପରିବେଶ ଅନୁକୂଳ ଫୁଲ ଓ ପତ୍ରରେ ମିତ୍ରତାର ଡରି ତିଆରି କରିବା ପାଇଁ ଶିକ୍ଷ୍ୟା ପ୍ରଦାନ କରାଯାଇଥିଲା ଓ ଡରି ତିଆରି କରି ବୃକ୍ଷକୁ ବାନ୍ଧିଥିଲେ, ସଂଗଠନର ସଦସ୍ୟ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସୋଚେତନ ଓ ଉଚ୍ଛାହିତ କରିବା ପାଇଁ ଏକ ସ୍ବତନ୍ତ୍ର ନାରା “ବନ୍ଧୁତା ଦିବସରେ ନେବା ଶପଥ, ଆସ ବୃକ୍ଷ ସହ କରିବା ମିତ” ଦେଇଥିଲେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ହେଲା ବିଭିନ୍ନ ପର୍ବ ପର୍ବାଣୀରେ ଲୋକ ମାନଙ୍କୁ ପ୍ରକୃତି ସହିତ ଜଡିବା ଓ ପରିବେଶର ସୁରକ୍ଷା ଦେବା ଯାହା ଦ୍ଵାର ବୃକ୍ଷର ସୁରକ୍ଷା ସହିତ ବୃକ୍ଷର ଉପକାରିତା ସମ୍ପର୍କରେ ଲୋକମାନେ ସୋଚେତନ ହେବେ ଓ ପରିବେଶ ସହିତ ଜଡ଼ିହେବେ ।
ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲା ସଂଗଠନର ସଭାପତି ଶିବରାମ ପାଣିଗ୍ରାହି, ସମ୍ପାଦକ ସାଗର ପ୍ରସାଦ ପାତ୍ର, ଉପ ସଭାପତି ଏ ପ୍ରକାଶ, ପି ବିନୋଦ, ଅନିଲ ଚୌଧୁରୀ,ଅଜୟ ସାହୁ, ପ୍ରବୀଣ ନାୟକ, ସୀମାଦ୍ରି ବାଲାଜୀ ଓ ସ୍କୁଲର ଶିକ୍ଷକ ମାନେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ