ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଅଦ୍ଯ ତା ୭.୮.୨୫ ରିଖ୧.୩୦ମିନିଟ୍ ସମୟରେ ରାୟଗଡ଼ ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ୍ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ରାଖାଲଗୁଡା ଗ୍ରାମରେ ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ବଣ୍ଟନ ଓ ଛାତ୍ରଛାତ୍ରୀମାନଙ୍କୁ ଛତା, ପାଠ୍ୟ ଉପକରଣ ଓ ବିସ୍କୁଟ ବଣ୍ଟନ ଜୟଦେବ ସିଠଙ୍କ ସାଧୁ ଉଦ୍ୟମରେ କରାଯାଇଛି। ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ପଠନର ଉପାଦେୟତା କହିବା ସହ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ପ୍ରେରଣା ଦେବା ସହିତ ସନାତନ ଧର୍ମର ସୁରକ୍ଷା, ଭାରତୀୟ ସଂସ୍କୃତି, ପରମ୍ପରା, ରୀତିନୀତି ଅନୁସାରେ ଜୀବନ ଅତିବାହିତ କରିବାକୁ ପରାମର୍ଶ ଦେଇଥିଲେ। ଗୋମାତାଙ୍କ ରକ୍ଷା, ବର୍ଜ୍ୟ ପାନୀୟ ତ୍ୟାଗ କରିବା,ଘରେ ତୁଳସୀ, ବେଲଗଛ ଲଗେଇ ପୂଜାର୍ଚ୍ଚନା କରିବା ଓ ଅନ୍ଧବିଶ୍ୱାସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ।ଗୀତା, ଭାଗବତ ପାଠ କରିବା ପାଇଁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଛତା, ପାଠ୍ୟ ଉପକରଣ ଓ ବିସ୍କୁଟ ବଣ୍ଟନ କରିବା ସହ ଭଲ ମଣିଷ ହୋଇ ରାଷ୍ଟ୍ର ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦେଇଥିଲେ। ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀ ସେବା ନିବୃତ ପ୍ରଧାନ ଶିକ୍ଷକଙ୍କ ସେବା ସହାୟତାରେ ଏକଲ ବିଦ୍ୟାଳୟର ଆଚାର୍ଯ୍ୟା କୁମାରୀ ଗୁରୁ ମାଆ,ଗାଙ୍ଗରାଓ ଭାଇ ସହ ଅନ୍ୟ ସେବା ବ୍ରତୀ ଭାଇ କାର୍ଯ୍ୟ ତୁଲାଇଥିଲେ। ଅତୀତରେ ଉକ୍ତ ବ୍ଲକ୍ ରେ କାର୍ଯ୍ୟରତ ଓ ସେବା ନିବୃତ ଶିକ୍ଷକ ଶ୍ରୀ ଆନନ୍ଦ ଚନ୍ଦ୍ର ପଣ୍ଡା ମହୋଦୟ ସଂପୂର୍ଣ୍ଣ ସ୍ବତନ୍ତ୍ର ଭାବେ ସହାୟତା ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।