
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର):-ତା :- ୨୮ /୦୮/୨୪ ଭାରତୀୟ ମଜଦୁର ସଂଘ ପକ୍ଷରୁ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଅମଲାଭଟା ଛକ ସ୍ଥିତ ଶିବ ମନ୍ଦିର ପଡିଆ ଚାରି ପାର୍ଶ୍ବରେ ଏବଂ ହନୁମାନ ମନ୍ଦିର ପରିସରରେ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଭାରତୀୟ ମଜଦୁର ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ୍ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଂଜୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ଅମଲାଭଟା ହନୁମାନ ମନ୍ଦିରର ପି ରମେଶ ବାବୁ , ସଭାପତି . ଜି ଚିନାମ ନାଇଡୁ: ସମ୍ପାଦକ, ଲାଲୁ ଭାଇ ଯୋଗ ଦେଇ ଔଷଧୀୟ ଚାରା ରୋପଣ କରିଥିଲେ। ଆୟୋଜିତ ଚାରା ରୋପଣ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୂର ସଂଘର ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , ଶ୍ରୀମତୀ କାମିନୀ କାରୁଆ ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।