ତାରିଖ ୧୩/୦୮/୨୦୨୫ କାକିରିଗୁମା/କୋରାପୁଟ
କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ସ୍ଥିତ କାକିରିଗୁମା ଠାରୁ ୪ କିମି କେଲ୍ଲାର ଛକ ନିକଟରେ ଏ ଆର୍ ଏସ୍ ଏସ୍ ପ୍ରୋଜେକ୍ଟ ପଥର କ୍ରସର୍ ସ୍ଥାପନ କରି ସରକାର ଙ୍କ ଠାରୁ ଟେଣ୍ଡର ନେଇ ରେଳ ରାସ୍ତା ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଛି କିନ୍ତୁ ଯେଉଁ ନିୟମ ଅନୁସାରେ କାମ କରିବା କଥା ତାହା ସଂପୂର୍ଣ୍ଣ ଭାବେ ଉଲଙ୍ଘନ ଅଭିଯୋଗ ହେଉଛି । ଶ୍ରମିକ ତଥା ଯାତ୍ରୀ ମାନଙ୍କୁ କୌଣସି ନିରାପତ୍ତା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ l
ସେହିପରି ଆଜି ଲଷ୍ମୀପୂର ବ୍ଲକ ତୋୟାପୁଟ ପାଖ ଡୁମୁରିପଦର ଛକ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଠାରେ ଦେଖିବାକୁ ମିଳିଛି ଏଠାରେ ରେଳ ରାସ୍ତା ପାଇଁ ଶହ ଶହ ଟୋନ ର ଲୁହା ମଝି ରାସ୍ତା ରେ ରଖାଯାଇଛି କିନ୍ତୁ ଏଠାରେ ଅଘଟଣା ରୁ ରକ୍ଷା ପାଇଁ କୌଣସି ପ୍ରକାର ସୁରକ୍ଷା ର ବ୍ୟବସ୍ଥା କରାଯାଇ ନାହିଁ ପୁଣି କାମ କରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ହେଲମେଟ, ସେଫଟି ବେଲ୍ଟ, ବୁଟ୍ ଆଦି ଦିଆ ଯାଇ ନାହିଁ l ଯାତ୍ରୀ ଙ୍କ ଦୁର୍ଘଟଣା କୁ ଏଡାଇବା ପାଇଁ ସେମିତି କିଛି ଆଖିଦୃସିୟା ବ୍ୟବସ୍ଥା ଯାଇନାହିଁ ଯଦ୍ଵାରା ଏହି ୩୨୬ ନମ୍ବର ଜାତୀୟ ରାଜପଥ ସମସ୍ତଙ୍କ ପାଇଁ ମରଣ ଜନ୍ତା ପାଲଟି ଥିବା ହେତୁ ଯାତାୟତ କରୁଥିବା ଯାତ୍ରୀମାନେ ମଧ୍ୟ ସୁରକ୍ଷା ମନେ କରୁନାହାନ୍ତି,ଏ ପ୍ରକାର କାର୍ଯ୍ୟ କରୁଥିବା ଦେଖି ଭୟଭୀତ ହେଉଥିବା ଦେଖିବାକୁ ମିଳିଛି l
ଏ ବିଷୟ ରେ ଜଣେ ଯାତ୍ରୀ ଉପସ୍ଥିତ ଥିବା ରେଳବାଇ ଯନ୍ତ୍ରୀ ଶ୍ରୀ ଏସ ମୁରୁଲି ଧର ପୁଣି ଏ ଆର ଏସ ଏସ କମ୍ପାନୀ ରେ କାର୍ଯ୍ୟରତ ଶ୍ରୀ ପ୍ରଧାନ ବାବୁ ଙ୍କୁ ପଚାରିବାରୁ କଟୁ ଶଦ୍ଦ ପ୍ରୟୋଗ କରି ତୁମେ କିଏ ମୋତେ କହିବ? ବୋଲି ଟାଣୁଆ ନୀତି ଆପଣାଇଥିଲେ , ଏବଂ ଦୁର୍ବ୍ୟବହାର କରିଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ଯାହା କି ଏକ ନିନ୍ଦନୀୟ ଘଟଣା ଅଟେ l
ତେଣୁ ଏ ପ୍ରକାର ନିୟମ ଭଙ୍ଗ ଠିକା କମ୍ପାନୀ ପୁଣି ଉପସ୍ଥିତ ଥିବା ଯନ୍ତ୍ରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା କଥା ବୋଲି ଅନେକ ଯାତାୟତ କରୁଥିବା ଯାତ୍ରୀ ମାନେ ଗଣ ମାଧ୍ୟମ ଦ୍ଵାରା ଉଚ୍ଚ ସ୍ତୋରୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।
SAMBIT TRIPATHY, JUNIOR CLERK, OFFICE OF BEO, NANDAPUR, DIST – KORAPUT NABBED BY ODISHA VIGILANCE WHILE TAKING BRIBE RS.15,000/- IN ADVANCE.