କୋରାପୁଟ /ଲକ୍ଷ୍ମୀପୁର- ତାରିଖ ୧୭/୦୮/୨୫ (ଆମ ଓଡିଶା ଖବର /ପ୍ରଶାନ୍ତ ଖୋ ସ୍ଲା )
–
କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମା ଝଲା ଛକ ନିକଟରେ ଜାତୀୟ ରାଜପଥରେ ଗଟେ ଦୁର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, OD 10Q-7989 ନମ୍ବର ଥିବା ପିକଅପ ଭ୍ୟାନଟି ଲକ୍ଷ୍ମୀପୁର ହାଟରୁ ବିକ୍ରି ସାମଗ୍ରୀ ଧରି କୋରାପୁଟ ଅଭିମୁଖେ ଯାଉଥିବା ବେଳେ ଚାଳକଙ୍କ ନିୟନ୍ତ୍ରଣ ହାରାଇ ଏକ ଆମ୍ବ ଗଛରେ ଜୋରଦାର ଧକ୍କା ଦେଇ ଓଲଟି ପଡିଥିଲା।
ଦୁର୍ଘଟଣାରେ ଡ୍ରାଇଭର ପି. ନରେଶ ସହ ପଞ୍ଚାୟତ ଜିପି ଅନ୍ତର୍ଗତ ବାମନକଟ ଗ୍ରାମର ବନ୍ଦୁ ଯାନୀ, ଲକ୍ଷ୍ମଣ ଯାନୀ, ଥବିର ଭୋଇ ଓ ଟମାରିଗୁଡାର ବାସୁ ମୁଦୁଲି ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଲକ୍ଷ୍ମୀପୁର ସମୂହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।
ଘଟଣାସ୍ଥଳକୁ ପହଞ୍ଚି ଲକ୍ଷ୍ମୀପୁର ପୋଲିସ ଗାଡ଼ିଟିକୁ ଜବତ କରି ଏକ ମାମଲା ରୁଜୁ କରିଥିବା ଖବର ମିଳିଛି ଲା
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।
SAMBIT TRIPATHY, JUNIOR CLERK, OFFICE OF BEO, NANDAPUR, DIST – KORAPUT NABBED BY ODISHA VIGILANCE WHILE TAKING BRIBE RS.15,000/- IN ADVANCE.