ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗତା୧୭ -୮-୨୫ ଡେ଼ଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁ ପୁର ପଞ୍ଚାୟତ ସ୍ଥିତ ବେହେରା ସାହି ରେ ଗୋପାଳ ମାନଙ୍କର ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୫୦ ବର୍ଷ ଧରି ଏହି ଅନୁଷ୍ଠାନ ପକ୍ଷରୁ ରୀତି ନୀତି ଅନୁଯାୟୀ ଉତ୍ସବ ପାଳନ ହୋଇ ଆସୁଛି। ପଟା ଖେଳ,ଘୋଡ଼ା ନୃତ୍ୟ,କୃଷ୍ଣ ବଳରାମ ରାଧାଙ୍କ ଯମୁନା ସ୍ନାନ, ବଣ ଭୋଜି,ନଗର ପରିକ୍ରମା,ଶଙ୍ଖ ନାଦ,ଘଣ୍ଟ ବାଦ୍ୟ ସହ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ କାଳୀୟ ଦହନ ପୌରାଣିକ ଗୀତ ନାଟ୍ୟ ଦର୍ଶକ ମାନଙ୍କୁ ବେଶ୍ ମନ ମୁଗ୍ଧ୍ କରିଥିଲା। କୁନି କୁନି ପିଲାମାନେ ରାଧା କୃଷ୍ଣ ବେଶରେ ନିଜର ଅଭିନୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୦୦୦ ଦର୍ଶକ ଏହି ଉତ୍ସବକୁ ଉପଭୋଗ କରିଥଲେ ।ନନ୍ଦ ଉତ୍ସବ କମିଟିର ସଭାପତି ଗଙ୍ଗାଧର ବେହେରା ସମ୍ପାଦକ ପ୍ରକାଶ ଚନ୍ଦ୍ର ମାଣ୍ଡିଆ,ଜଗନ୍ନାଥ ମାଣ୍ଡିଆ,ସୁରେଶ ବେହେରା ଓ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଘୋରଡିଆ ହାଟ ବଜାର ଦୟା ସେତୁ ବିପଦରେ …
ଭରତୀୟ ମଜଦୂର ସଂଘ ପ୍ରତିଷ୍ଠା ଦିବସରେ ୬୧ୟୁନିଟ୍ ରକ୍ତସଂଗ୍ରହ।