ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା:- ୨୪-୮-୨୫ ପୁରୀ ଜିଲ୍ଲା ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ସ୍ଥିତ ଘୋରଡିଆ ହାଟ ବଜାର ଠାରୁ ଜୋରକଣି ଗ୍ରାମକୁ ସଂଲଗ୍ନ କରୁଥିବା ନବ ନିର୍ମାଣ ଦୟା ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।ବହୁ ପ୍ରତିକ୍ଷୀତ ୨୦୧୫ ମସିହାରୁ ସ୍ବର୍ଗତ ମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୪ରେ ଶେଷ ହେଲା ।ଏହି କାର୍ଯ୍ୟ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ୧୦ ବର୍ଷ ଲାଗିଲା।ସେତୁ ରେ ଲୁହା ଛଡ ବାହାରି ଗଲାଣି ବିଭିନ୍ନ ଜାଗାରେ ଖାଲ ଖମା ହୋଇ ପାଣି ଜମି ରହିଛି। କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ କରାଯାଇଛି ବୋଲି ଜନସାଧାରଣ ମାନଙ୍କର ଅଭିଯୋଗ ରହିଛି।ଯୁଦ୍ଧ କାଳୀନ ଭିତ୍ତିରେ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ ଓ ପୁରୀ ଜିଲ୍ଲାପାଳ ଏଥି ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜୋରକଣି ଗ୍ରାମରେ ବସବାସ କରୁଥିବା ଡେଲାଙ୍ଗ,କଣାସ,ଜଟଣୀ ୩ଟି ବ୍ଲକ ର ଗ୍ରାମବାସୀ ଯାତାୟତ ପାଇଁ ଏହି ସେତୁ ଉପରେ ନିର୍ଭର କରନ୍ତି ଏବଂ ତିଗିରିଆ, ବାଦଲ ପୁର, ବଡପୁଟ,ବାରଦା ସଂଲଗ୍ନ ମନ୍ଦାରବସ୍ତ ଯିବାକୁ ଏହି ଦୟା ସେତୁ ଉପରେ ଜନସାଧାରଣ ନିର୍ଭର କରିଥାନ୍ତି।ଯୁବନେତା ଶଙ୍କର୍ଷଣ ବଳିୟାରସିଂହ, ଅରୁଣ ଜଗଦେବ, ରବୀନ୍ଦ୍ର ସାହୁ ଏବଂ ଜୋରକଣି ଗ୍ରାମର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି କି ନିର୍ମାଣର ଗୋଟିଏ ବର୍ଷ ମଧ୍ୟରେ ଯଦି ସେତୁର ଏପରି ଅବସ୍ଥା ଆଗକୁ କିଛି ଅଘଟଣ ଘଟିଲେ ସରକାର ଦାୟୀ ରହିବେ ।
ଡେ଼ଲାଙ୍ଗ/ ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଚାଇଁ ପୁର ବେହେରା ସାହିରେ ଜନ୍ମାଷ୍ଟମୀ ପାଳିତ ।
ଭରତୀୟ ମଜଦୂର ସଂଘ ପ୍ରତିଷ୍ଠା ଦିବସରେ ୬୧ୟୁନିଟ୍ ରକ୍ତସଂଗ୍ରହ।