ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୩୦-୮-୨୫ରେ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେ଼ଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ମଳୟ କୁମାର ମହାନ୍ତି ଯୋଗ ଦେଇଥିଲେ। ବକ୍ତାମାନେ ବିଦାୟୀ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ଶିକ୍ଷକତା ଜୀବନୀ ଉପରେ ଆଲୋଚନା କରିବା ସହ ଜଣେ ଛାତ୍ର ବତ୍ସଳ, ନିଷ୍ଠାପର, ସୁସଂଗଠକ ଭାବରେ ସାରା ବ୍ଲକରେ ଜଣେ ଚିହ୍ନା ମୁଁହ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ ।    ଏହି ଉତ୍ସବରେ  କେନ୍ଦ୍ର ସାହିତ୍ୟ  ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟକ   ବୀରେନ୍ଦ୍ର ମହାନ୍ତି, ଶିଶୁ ସାହିତ୍ୟକ ପ୍ରଶାନ୍ତ ମଙ୍ଗରାଜ, ଶିକ୍ଷାବିତ ହରିହର ସାହୁ, ଡେ଼ଲାଙ୍ଗ ମଣ୍ଡଳ  ଶିକ୍ଷା ଅଧିକାରୀ ସୁଷମା ରାଣୀ ଦାସ,  ସଂଯୁକ୍ତା କୁମାରୀ ଦାସ, ଶିକ୍ଷାବିତ୍ ରାଜକିଶୋର ଦାସ, ଅବସର ପ୍ରାପ୍ତ ଶିକ୍ଷକ  ଦୁର୍ଯୋଧନ ସାହୁ, ଶିକ୍ଷାବିତ୍ ମୀନତି ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଉପସଭାପତି ସୂର୍ଯ୍ୟ ନାରାୟଣ ସେଠୀ , କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକ,  ବ୍ଲକ  ଶିକ୍ଷକ  ସଙ୍ଘ ସଭାପତି  ଦିଗମ୍ବର ରଥ, ସାମ୍ବାଦିକ  ଲକ୍ଷ୍ମୀ  ନାରାୟଣ ପାଠୀ, ସାମ୍ବାଦିକ ନୀଳାମ୍ବର ମିଶ୍ର , କବି ପ୍ରଦିପ କୁମାର ଜେନା,  ଶିକ୍ଷାବିତ ପ୍ରମୋଦ କୁମାର ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଅବସର ପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ମଙ୍ଗୁଳି ପରିଡ଼ା ଅତିଥି ପରିଚୟ କରିଥିବା ବେଳେ ଶିକ୍ଷୟିତ୍ରୀ ତଥା ଲେଖିକା ଲକ୍ଷ୍ମୀପ୍ରିୟା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଶିକ୍ଷକ ଗଣେଶ ବେହେରା ଓ ଏକ୍ସ କ୍ୟାଡ଼ର  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସୁଦେବ ସାହୁ  ସହଯୋଗ କରିଥିଲେ । ଡେ଼ଲାଙ୍ଗ/ ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!