ଖୋର୍ଦ୍ଧା ଜିଲ୍ଲା  କଂଗ୍ରେସ ସଭାପତି ଚୟନ ନିମନ୍ତେ ମତ ସଂଗ୍ରହ କାର୍ଯ୍ୟକ୍ରମ l

ଚିଲିକା (ଆମ ଓଡିଶା ଖବର )ଭାରତୀୟ ଜାତୀୟ କଙ୍ଗ୍ରେସର ନିଷ୍ପତି ଅନୁଯାୟୀ ଓଡିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା କଙ୍ଗ୍ରେସ ସଭାପତି ଚୟନ ନିମନ୍ତେ “ସଂଗଠନ ସୃଜନ ଅଭିଯାନ ଚାଲିଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଦକ୍ଷ ସଂଗଠକ ପ୍ରଦୀପ କୁମର ସ୍ୱାଇଁ ଙ୍କ ଆବାହକ ତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରତେକ ପଞ୍ଚାୟତ ରୁ ଆସିଥିବା କଂଗ୍ରେସ ର  କର୍ମୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଶ୍ରୀ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରରୁ ଆସିଥିବା ପର୍ଯ୍ୟବେକ୍ଷକ ବିମଲ ସାହା, ପିସିସି ପର୍ଯ୍ୟବେକ୍ଷକ ଦେବାଶିଷ ମହାପାତ୍ର, ବିଶ୍ୱରଂଜନ ପଣ୍ଡା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଚିଲିକା ବାଣପୁର ମୁସଲମାନ ସାହିର ବିଜେଡି କର୍ମୀ ତଥା ୯ ନମ୍ବର ୱାର୍ଡର ନବ ନିର୍ବାଚିତ ୱାର୍ଡମେମ୍ବର ଙ୍କ ସାନଭାଇ ଫିରୋଜଉଦ୍ଧିନ ଖାନ, ଓ ୯ନମ୍ବର ୱାର୍ଡର ପୂର୍ବତନ ୱାର୍ଡମେମ୍ବର ଙ୍କ ସ୍ୱାମୀ ମଲିକ ଅଲିଉଦିନ ଓ ତାଙ୍କଶହ ସେକ ମୁକ୍ତାର ଅଲି, ଓ କିଛି କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି, ଏହାପରେ ଆସିଥିବା ପର୍ଯ୍ୟବେକ୍ଷକ ମାନେ କର୍ମୀ ମାନଙ୍କର ସୁ ଚିନ୍ତିତ ମତାମତ ନେଇ  ଫେରିଯାଇଛନ୍ତି I

ବିୟୁରୋ ରିପୋର୍ଟ ଆମ ଓଡିଶା ଖବର

error: Content is protected !!