ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଅଦ୍ୟ ତା.୧୧.୦୯.୨୦୨୫ ରିଖ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ବୃଦ୍ଧା ଏ. ଆପାରାଓ ଙ୍କୁ ପିତ୍ତଳା ସାହି ଛକ ରାୟଗଡା ପରିସରରେ ଠାବ କରି ତାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ଦ୍ୱାରସ୍ଥ କରିଥିଲେ I ତାପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସହଯୋଗରେ ସେହି ବୃଦ୍ଧା ଙ୍କୁରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଙ୍କ ସହାୟତାରେ ଉକ୍ତ ବୃଦ୍ଧା ଙ୍କୁ ରାୟଗଡା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ, କୋତାପେଟା, ରାୟଗଡା ରେ ଅବସ୍ଥାପିତ କରାଯାଇଛି I
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।