ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର):-ତା. ୧୩/୦୯-ରାୟଗଡ଼ ଜିଲ୍ଲା ସଙ୍ଘର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ୍ଯାଳୟ ଚିନ୍ତନ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଅଧ୍ୟକ୍ଷ କ୍ରୀଡା ସଙ୍ଘ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନlୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ତିନି ବର୍ଷରୁ ଅଧିକ କ୍ରୀଡା ସାଂସଦ ଗଠନ ହୋଇନଥିବାରୁ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ନିର୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବୈଠକର ପରିଚାଳନା କରିଥିଲେ l ଏହି ବୈଠକରେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବସନ୍ତ କୁମାର ପ୍ରଧାନ, ରାୟଗଡ଼,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, କ୍ରୀଡା ନିରୀକ୍ଷକ ହରିହରି ପାତ୍ର ପ୍ରମୁଖ ଯୋଗଦାନ କରି କ୍ରୀଡା ସଂସଦ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଅlଲେନୁର ସଙ୍ଘଠନ ନିର୍ବାଚନ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ବିଶେଷ କରି ସଂଘର ସଦସ୍ୟ, କେଉଁ ମନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ, କେଉଁ ମlନଙ୍କୁ ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯିବ ଆଦି ବିଷୟରେ ବୁଝାଇଥିଲେ l ଜିଲ୍ଲା କ୍ରୀଡା ସଂସଦରେ ୭୫ସଦସ୍ୟ, ସଦସ୍ୟା ଅଛନ୍ତି ଯେଉଁମାନେ କି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ l ପୂର୍ବରୁ ନିର୍ଦ୍ଧାରିତ ନିର୍ଦେଶlବଳୀ ଅନୁଯାୟୀ ନିର୍ବାଚନ କରାଯିବ ନିମନ୍ତେ ସ୍ଥିର କରାଯାଇଛି l ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆସନ୍ତା ମାସ ଦିନ ଧlର୍ଯ୍ୟ କରାଯାଇ ସପ୍ତାହରେ ନିର୍ବାଚନ କାର୍ଯ୍ୟ ଆୟୋଜନ କରାଯିବା ନିମନ୍ତେ ସମସ୍ତେ ମାତାପୋଷଣ କରିଥିଲେ l ଜିଲ୍ଲାର ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ମlନେ ଯୋଗଦାନ କରି ନିଜ ନିଜର ମତାମତ ଦେଇଥିଲେ ଲ
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।