
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ସେପ୍ଟେମ୍ବର ୧୩: ଆଦି କର୍ମଯୋଗୀ ଅଭିୟାନ ଅନ୍ତର୍ଗତ ୩-ଦିନିଆ ଆବାସିକ ପ୍ରଶିକ୍ଷଣ-କମ୍-ଡିଜାଇନ୍ ୱର୍କଶପ୍ ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ପ୍ରଶିକ୍ଷଣ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନ କଲେ ଜିଲ୍ଲା ପରିଷଦ ସିଡ଼ିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ । ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଏହି ଅଭିୟାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କଥାହୋଇଥିଲେ । ସେ କହିଲେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନତା, ଲୋକସହଭାଗୀତା ଓ ଉନ୍ନତିକୁ ଶକ୍ତିଶାଳୀ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଡିଓ ସହିତ ବିଭିନ୍ନ ବିଭାଗୀୟ କର୍ମଚାରୀ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନିଜ୍ ଅଭିଜ୍ଞତା ଓ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶିକ୍ଷିତ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ପରେ ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତିରେ ସହାୟତା କରିବେ । ଏଥିପରିଣାମରେ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ଅଧିକ ଲାଭ ନେଇପାରିବେ । ଅଧିକାରୀମାନେ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିବ । ଏହା ସହିତ ଲୋକମାନଙ୍କର ସକ୍ରିୟ ଭାଗିଦାରି ବୃଦ୍ଧି ପାଇବାରେ ସରକାରୀ ଯୋଜନା ଅଧିକ ପ୍ରଭାବଶାଳୀ ହେବ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।