
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ତା:- ୧୩/୦୯/୨୦୨୫ ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶନିବାର ଅପରାହ୍ନରେ ରାୟଗଡ଼ ସଦର ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଗ୍ରାମ୍ୟ ଗୃହ ନିର୍ମାଣ, ମନରେଗା ଯୋଜନା, ଓଡିଶା ଜୀବିକା ମିଶନ, ବିକଶିତ ଗାଁ ବିକଶିତ ଓଡ଼ିଶା, ମାଁଙ୍କ ନାମରେ ଗଛଟିଏ, ସ୍ଵଚ୍ଛତା ହିଁ ସେବା ଅନ୍ତର୍ଗତ ସ୍ଵଚ୍ଛତା ପକ୍ଷ ପାଳନ, ବହୁମୂଖୀ ଜଳଯୋଗାଣ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ପଞ୍ଚମ ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ବିନିଯୋଗର ଅଗ୍ରଗତି ବିଷୟ ଆଦି ସମୀକ୍ଷା ରେ ସ୍ଥାନ ପାଇଥିଲା। ସମୀକ୍ଷା ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ଉପସ୍ଥିତ ରହି ବ୍ଳକର ବିଭିନ୍ନ ଯୋଜନା ସମ୍ପର୍କିତ ତଥ୍ଯ ଉପସ୍ଥାପନ କରିଥିଲେ।
ବ୍ଳକ ସଦଭାବନା କକ୍ଷରେ ଅନୁଷ୍ଠିତ ବୈଠକରେ ରାୟଗଡ଼ ବ୍ଳକର ସମସ୍ତ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ଏଡିଇଓ , ଜିଆରଏସ୍, ଆବାସ ଯୋଜନାର ବ୍ଳକ ସଂଯୋଜକ ଓ ସହାୟକ, ମନରେଗା ସହାୟିକା, ଜୀବିକା ମିଶନର ବିପିଏମ ଓ ବିପିସି, ସ୍ଵଚ୍ଛ ଭାରତ ମିଶନର ବ୍ଳକ ସଂଯୋଜକ ଓ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୂଖ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।
ନିର୍ଦ୍ଧାରିତ ସମୟ ମଧ୍ୟରେ ମଞୁରୀପ୍ରାପ୍ତ ଗୃହ ଗୁଡିକ ଠିକ ସମୟରେ ସଂପୂର୍ଣ୍ଣ ହୋଇ ନଥିବାରୁ ଉଦବେଗ ପ୍ରକାଶ କରିବା ସହ କ ବର୍ଗର ବକେୟା ଥିବା ୩୫୭ ଗୋଟି ଗୃହ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ଶେଷକରିବା ନିମନ୍ତେ ତାଗିଦ କରିଥିଲେ । ପରବର୍ତ୍ତୀ ସମୀକ୍ଷା ଆସନ୍ତା ଅକ୍ଟୋବର ୧୫ ତାରିଖକୁ ଧାର୍ଯ୍ୟ କରାଯାଇଅଛି। ଚାରି ମାସ ମଧ୍ଯରେ ଗୃହ ଶେଷକଲେ କୋଡ଼ିଏ ହଜାର ଟଙ୍କା ଏବଂ ଛଅ ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ଦଶ ହଜାର ଟଙ୍କା ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାପ୍ତି ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ଆସନ୍ତା ସେପ୍ଟେମ୍ବର ସତର ତାରିଖରେ ମାଁ ପା ଇଁ ଗଛଟିଏ ସ୍ଲୋଗାନ ରେ ଏକଦିବସୀୟ ବୃକ୍ଷରୋପଣ କାର୍ଯ୍ଯକ୍ରମର ପ୍ରସ୍ତୁତିର ସମୀକ୍ଷା ସହ ସେପ୍ଟେମ୍ବର ସତର ରୁ ଅକ୍ଟୋବର ଦୁଇ ପର୍ଯ୍ୟନ୍ତ ସ୍ବଚ୍ଛ ପକ୍ଷ ପାଳନ ନିମନ୍ତେ ଆଲୋଚନା କରିଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।