ଟାଙ୍ଗୀ ର ବିକାଶ ପାଇଁ ସାଂସଦଙ୍କ ସହ ବରିଷ୍ଠ ସମାଜସେବୀ ଙ୍କର ଆଲୋଚନା, ଡକ୍ଟର ଜଗଦ୍ଦେବଙ୍କ ରଚିତ କଥାମୃତ ପୁସ୍ତକ ଉନ୍ମୋଚିତ l

ଟାଙ୍ଗୀ (ଆମ ଓଡିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳର ବିକାଶ ଓ ବିଭିନ୍ନ ମୈଳିକ ସମସ୍ୟା ଉପରେ ଟାଙ୍ଗୀ ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ତଥା କବି ଓ ପୂର୍ବତନ ବରିଷ୍ଠ ପ୍ରଶାସକ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଅଞ୍ଚଳବାସୀଙ୍କର ବିଭିନ୍ନ ମୈ।ଳିକ ସୁବିଧା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଡକ୍ଟର ଜଗଦ୍ଦେବ ଗଣମାଧ୍ୟମକୁ କହିଛନ୍ତି । ପରେ ପରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବଙ୍କ ସ୍ୱରଚିତ ପୁସ୍ତକ କଥାମୃତ ”ଭକ୍ତପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ” ଭୁବନେଶ୍ୱର ସାଂସଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

error: Content is protected !!