ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ତା :-୧୯/୦୯ : ଗତ ଗୁରୁବାରଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚାୟତ ଅନ୍ତର୍ଗତ ତୃତୀୟାପଡା -୧ ଅଙ୍ଗନୱାଡ଼ି କେନ୍ଦ୍ରରେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ତୋଳୁଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ସସ୍ପର୍ଶରେ ଆସି ନଡ଼ିଆ ତୋଳାଳୀ ଆଲୋକ କୁମାର ପରିଡ଼ାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଉଦ୍ଧାର କରିବା ବେଳେ ବୋଲଗଡ଼ ଅଗ୍ନିଶମ କର୍ମଚାରୀ ମାନଙ୍କର ଦାୟିତ୍ଵ ହୀନତା ଯୋଗୁଁ ମୃତ ଆଲୋକର ଶରୀରଟି ୩୦ ଫୁଟ ନଡ଼ିଆ ଗଛ ଉପରୁ ଖସି ପଡିଥିଲା। ଉପସ୍ଥିତ ଥିବା ଜନସାଧାରଣ ଉତ୍ୟକ୍ତ ହୋଇ ଅଗ୍ନିଶମ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ ଏହି ଘଟଣାକୁ ନେଇ ଶୁକ୍ରବାର ଦିନ ଅଗ୍ନିଶମ ବିଭାଗର ଉପରିସ୍ଥ ଅଧିକାରୀ ମାନେ ବୋଲଗଡ଼ ଥାନାରେ ପହଞ୍ଚି ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଆଗ୍ନିକ ସନ୍ତୋଷ କୁମାର ପ୍ରଧାନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତିନି ଜଣ ଯୁବକଙ୍କୁ ବୋଲଗଡ଼ ଥାନା ପୋଲିସ ଗିରଫ କରି ଶୁକ୍ରବାର ଦିନ ଖୋର୍ଦ୍ଧା କୋର୍ଟ ଚାଲଣ କରିଛି। ଗିରଫ ଯୁବକ ମାନେ ହେଲେ ନିକଟସ୍ଥ ଖଙ୍ଗୁରିଆ ଗ୍ରାମର ବଳଭଦ୍ର ଲେଙ୍କାଙ୍କ ପୁଅ ରବୀନ୍ଦ୍ର ଲେଙ୍କା (୪୦), ସର୍ବେଶ୍ଵର ସାମନ୍ତରାୟଙ୍କ ଦୁଇ ପୁଅ ଚନ୍ଦ୍ରକାନ୍ତ ସାମନ୍ତରାୟ (୨୫) ଓ ପ୍ରଭାକର ସାମନ୍ତରାୟ (୧୯) ସେମାନଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ସଙ୍ଗୀନ ଦଫା ମାନ ଲାଗିଛି ଏହି ଘଟଣାରେ ସଂପୃକ୍ତ ସୁନାଖଳା ଗ୍ରାମର ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ ଆକ୍ରମଣକାରୀ ମାନେ ଫେରାର ହୋଇ ଯାଇଛନ୍ତି। ତଦନ୍ତକାରି ଅଧିକାରିଣୀ ବୋଲଗଡ଼ ଥାନା ଏ ସ. ଆ ଇ ଲିଲି ପାଢ଼ୀ ଏ ଘଟଣା ତଦନ୍ତ ଚଳାଇଛନ୍ତି।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫