ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତଥା ତୃଣମୂଳ ସ୍ତରୀୟ ରାଜନେତା ସନ୍ତୋଷ ମେହେଣା(ନୁଗୁ) ଙ୍କ ଶୁକ୍ରବାର ଦିନ ୫୫ ବର୍ଷ ବୟସରେ ପରଲୋକ ଘଟିଛି । ସେ ଆସିକା ସମବାୟ ନିର୍ଧେଶକ ତଥା ମର୍ଦମେଖ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣାଙ୍କ ବଡ଼ ଭାଇ ଥିଲେ । ଅଣ୍ଟା ସମସ୍ୟା ଥିବାରୁ କିଛି ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଆସିକାରେ ଆଜି ତାଙ୍କର ପରଲୋକ ଘଟିଛି । ଜଣେ ସୁସଙ୍ଗଠକ ତଥା ଜନ ବତ୍ସଳ ରାଜନେତା ଭାବେ ତାଙ୍କର ସୁଖ୍ୟାତି ଥିଲା । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଭାଇ ବୋହୁ ତଥା ମର୍ଦମେଖ ପଞ୍ଚାୟତର ସରପଞ୍ଚ ମଞ୍ଜୁଳା ମେହେଣା, ବେଗୁନିଆପଡା ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ