ବୋଲଗଡ(ଆମ ଓଡ଼ିଶା ଖବର) ୨୨/୯/ ଖୋର୍ଦ୍ଧା ଜିଲ୍ଲା ବି. ଜେ. ପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଅବସରରେ ଓଡିଶା ର ସମ୍ନାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଆଦର୍ଶରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମ ଗୁଡ଼ିକ ମାନଙ୍କରେ ସେବାପକ୍ଷ ପାଳନ କରାଯାଇଛି । ପୂର୍ବରୁ ଏହି ପରିପେକ୍ଷୀରେ ପ୍ରସ୍ତୁତି ବୈଠକ ସହିତ ସାଧାରଣ ସଭା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଯୋଜକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ମେଘ ମହ୍ଲାର ସାଂସ୍କୃତିକ ଦଳ ତରଫରୁ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ଭିତ୍ତିକ ଜନସଚେତନତା କାର୍ଯ୍ୟକ୍ରମ ଗାଁ ଗାଁ ରେ ପ୍ରଚାର ଓ ପ୍ରସାର କରାଯାଇଥିଲା । ଅନୁଷ୍ଠାନର କଳାକାର ଗଙ୍ଗାଧର ମହାପାତ୍ର, ଗୋପୀନାଥ ମହାପାତ୍ର , ଓମ ପ୍ରକାଶ ମହାଦେବ ସମେତଙ୍କ ସହଯୋଗରେ ପ୍ରସାରିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ଅବସରରେ ପ୍ରକୋଷ୍ଠ ତରଫରୁ ବିଭିନ୍ନ ଜାଗାରେ ଜନସଚେତନତା କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ଓ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ମାନ କରାଯାଇଥିଲା ।ଏଥିରେ ଜିଲ୍ଲା ଓ ବ୍ଲକ ର ସମସ୍ତ କଳାକାର ଓ ସଂଯୋଜକ ମାନେ ସାମିଲ ହୋଇ ସହଯୋଗ କରିବେବୋଲି ଡ଼. ବେହେରା ମତ ରଖିଛନ୍ତି । ରାଜ୍ୟ ବି. ଜେ. ପି ସାଂସ୍କୃତିକ ପ୍ରକୋଷ୍ଠ ର ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନ, ସହ ସଂଯୋଜକ ଶ୍ରୀଯୁକ୍ତ କୃତିବାସ ରଥ ଓ ଭାରତୀୟ ଜନତାପାର୍ଟିର ପ୍ରମୁଖ ନେତୃବୃନ୍ଦଙ୍କ ସହଯୋଗରେ ରାଜ୍ୟରେ ଏହି ସେବାପକ୍ଷ ପାଳନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରେ ପ୍ରମୁଖ ସ୍ଥାନ ନେବ ବୋଲି ଡ଼. ବେହେରା ଆଶା ରଖିଛନ୍ତି ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫