ଏକାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ।

ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୨୨-୦୯-୨୫ ଡେ଼ଲାଙ୍ଗ ବ୍ଳକ ଅନ୍ତର୍ଗତ             ଘୋରାଡ଼ିଆ ଗ୍ରାମରେ ଜନ୍ମିତ ସ୍ବର୍ଗତ ଉମାକାନ୍ତ ସାହୁଙ୍କ ଏକାଦଶାହ   ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଭାଲିଆବାଡି ସ୍ଥିତ ବାସୁଦେବ କଳା ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଵର୍ଗତ ସାହୁ ଖୋରଧା ନ୍ୟୁ ଇଣ୍ଡିଆ ଆସ୍ୟୁରାନସ୍ କମ୍ପାନୀ ର ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟକରି ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ସେ ଖୋର୍ଦ୍ଧାରେ ଅବସ୍ଥାନ କରିବା ସହ ଅନେକ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ  । ଅନୁଷ୍ଠିତ ସ୍ମୃତିଚାରଣ  ସଭାରେ ଖୋର୍ଦ୍ଧା ଶାଖା ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ର ପରିଚାଳକ ଶ୍ରୀ ନିରାକାର  ପଟେଲ , ପୂର୍ବତନ ଶାଖା ପରିଚାଳକ ବୁଲା ବେହେରା , ବୈରାଗୀ ଦାସ  ସଞ୍ଜୟ କୁମାର ଦାସ ,ମଧୁସ୍ମିତା ମହାରଥୀ ଗୋପିନାଥ ମହାରଣା ,ପ୍ରଦୋଷ ପଟ୍ଟନାୟକ ସୁରେନ୍ଦ୍ର ସେଠୀ ,   ପତିତପାବନ ପାଠାଗାର ଘୋରଡିଆର ସଂପାଦକ ସର୍ବେଶ୍ଵର ଭୁଜବଳ, ସଦସ୍ୟ    ସୁରେନ୍ଦ୍ର ନାୟକ, ପ୍ରଫୁଲ୍ଲ  ମହାରଣା, ନୀଳାମ୍ବର ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କ ସମାଜସେବା କ୍ଷେତ୍ରରେ   ଉଲ୍ଲେଖନୀୟ ଅବଦାନ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ  କିପରି ନିଜକୁ ନିୟୋଜିତ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସାମୁହିକ ଗୀତା ପାଠ କରାଯାଇଥିଲା । ଉପସ୍ଥିତ ସହକର୍ମୀ ଓ ପତିତପାବନ ପାଠାଗାର ପକ୍ଷରୁ ସ୍ବର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଡେ଼ଲାଙ୍ଗ/ଜଟଣୀରୁ  ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!