ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୟନରତ ଥିବା ଗୋରୁଗାଈଙ୍କ ଉପରେ ଚଳନ୍ତା ଟ୍ରକ ଚଢ଼ିଯାଇ ୧୦ଗୋରୁ ଗାଇଙ୍କ ମୃତ୍ୟୁ ହୋଇଯାଇଛି ।ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ-ବଡ଼ପାରୀ ବାଇପାସ୍ ଜାତୀୟ ରାଜପଥ ଉପରେ ଘଟି ଥିବାର ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୦ ଗୋରୁ ଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଗୋରୁ ଗାଈ ଆହତ ଓ ଗୁରୁତର ହୋଇଛନ୍ତି । ଖବର ପାଇ ମଦର ଟେରେସା ଯୁବକ ସଂଘ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ପହଞ୍ଚି ଆହତ ଓ ଗୁରୁତର ହୋଇଥିବା ଗୋରୁ ଗାଈ ଙ୍କ ସେବା ଶୁଶ୍ରୁଷା କରିବା ସହିତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଗୋପାଳକ ମାନେ ନିଜ ନିଜ ଘରେ ଆଉ ଗୋରୁ ଗାଈ ମାନଙ୍କୁ ଘରେ ନରଖି ପଦାକୁ ଛାଡ଼ି ଦେଉଛନ୍ତି । ତେଣୁ ଘର ଗୁହାଳ ଛାଡ଼ି ଗୋରୁଗାଈ ରାସ୍ତାଘାଟରେ ବୁଲୁଛନ୍ତି ଏବଂ ଶୟନରତ ହେଉଛନ୍ତି । ଗାଡ଼ି ଚଳାଚଳ ବେଳେ ଗାଡ଼ି ଚାଲିବା ସମୟରେ ବହୁ ହଇରାଣ-ହରକତ ହେବା ସହିତ ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଥିରେ ସାଧାରଣ ଲୋକଙ୍କ ଜନ ଜୀବନ ସମେତ ଗୋରୁଗାଈଙ୍କ ଜୀବନ ହାନି ଘଟୁଛି । ଏହାର ସମାଧାନ ପାଇଁ ଜନ ସାଧାରଣରେ ଦାବି ହେଉଛି ।
ଗୋରୁଗାଈଙ୍କ ଉପରେ ଚଢିଗଲା ଟ୍ରକ । ୧୦ ଗୋରୁଗାଈଙ୍କ ମୃତ୍ୟୁ ବହୁ ଆହତ।


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫