ଜଟଣୀ, “ଆମ ଓଡ଼ିଶା ଖବର” ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣରେ ବ୍ଲକ ସ୍ଥରୀୟ ସାଇନ୍ସ ସେମିନାର ହୋଇ ଯାଇଛି। ଏହି ସେମିନାର କାର୍ଯ୍ୟକ୍ରମଟି ୯ ଅକ୍ଟୋବର ଦିନ ଆୟୋଜନ କରାଯାଇଥିଲା। ନୁତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୋଗେଷ କୁମାର ସାମନ୍ତସିଂହାର ୯ ଅକ୍ଟୋବରରେ ଜଟଣୀ ବ୍ଳକରେ କାର୍ଯ୍ଯଭାର ଗ୍ରହଣ କରିଥିଲେ। ଶିକ୍ଷା ଅଧିକାରୀ କହିଥିଲେ, କାର୍ଯ୍ଯଭାର ଗ୍ରହଣ କରିବି, ବ୍ଲକ ସ୍ଥରୀୟ କାର୍ଯ୍ୟକ୍ରମରେ ଯୋଗଦେବି। ପୁର୍ବ ସ୍ଥିରିକୃତ ଜଟଣୀ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ସେମିନାର ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ଶିକ୍ଷା ଅଧିକାରୀ ଯୋଗଦାନ କରି, କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ଆଗେଇ ନେଇଥିଲେ। ତାହାସହିତ ଆଲୋଚନାରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରାଇଥିଲେ, ଭବିଷ୍ୟତ, ଶିକ୍ଷା, ସଂସ୍କାର, ଭବିଷ୍ୟତରେ କିଭଳି ଶିକ୍ଷାକୁ ମୁଖ୍ଯ ପ୍ରାଧାନ୍ୟ ଦେଇ ପାରିବେ, ସେଥିପ୍ରତି ତର୍କ ବିତର୍କ ମଧ୍ଯରେ ଉତ୍ତମ ଦିଗଦର୍ଶନ ଦେବା ସହିତ ସେମିନାର କାର୍ଯ୍ଯକ୍ରମକୁ ଆଗେଇ ନେବାପାଇଁ ପ୍ରେରଣା ଦେଇଥିଲେ। ଶର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ବଳନ କରି, ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ହେଉଥିବା ସେମିନାରେ ଯୋଗଦାନ କରିଥିଲେ ସରକାରୀ ଉପ ମଣ୍ଡଳ ଅଧିକାରୀ (ବି.ଆର.ସି.ସି.) ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା, ଉପ ଶିକ୍ଷା ଅଧିକାରିଣୀ (ଏ.ବି.ଇ.ଓ) ଶ୍ରୀମତୀ ସବିତା ପାଣିଗ୍ରାହୀ ଓ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ୱାଇଁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୂଚାରୁରୂପେ ସଂପାଦିତ ହୋଇ ପାରିଥିଲା। ଏତଦବ୍ୟତୀତ ସମସ୍ତ କାର୍ଯ୍ଯଭାର ଜଟଣୀ ବ୍ଲକ୍ର କୋଣ ଅନୁକୋଣର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରମାନେ ଏହି ସେମିନାରରେ ଅଂଶଗ୍ରହଣ କରିବା ସହ ପ୍ରତ୍ୟେକ ବିଦ୍ୟାଳୟର ଜଣେ ଲେଖାଏ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସେମିନାର କାର୍ଯ୍ଯକ୍ରମକୁ ପରିସ୍ଫୁଳନ କରିଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀ ଅଜୟ କୁମାର ବରାଡ଼ ପ୍ରତେକଟି କାର୍ଯ୍ଯକ୍ରମରେ ସହଯୋଗର ହାତ ବଢାଇଥିଲେ। ସବୁଠାରୁ ଉଚ୍ଚ ପ୍ରଶଂସନିୟ ଯୁବ ଶିକ୍ଷକ ତଥା ପୂର୍ବତନ ବ୍ଲକ କୋଡିନେଟର (ସି.ଆର.ସି.ସି.) ଶ୍ରୀ ମାନଗୋବିନ୍ଦ ସାହୁ ପ୍ରତେକ କାର୍ଯ୍ଯକୁ ସୂଚାରୁ ରୁପେ ପ୍ରତି ପାଳିତ କରିଥିଲେ। ତତ୍ସହିତ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ, ବ୍ଲକ୍ ସ୍ତରକୁ ତିନିଜଣ ପ୍ରତିଯୋଗିଙ୍କୁ କୃତି ପ୍ରତିଯୋଗି ଭାବେ ବ୍ଲକରେ ୧୦ ଅକ୍ଟୋବର ଦିନ ଉନ୍ନୟନ ଅଧ୍ୟାକାରିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l