ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର):- ତା. ୧୫/୧୦/୨୫-ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଶିକାର ହେଉଥିବାରୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ବିର୍ଦେଶ କ୍ରମେ ବ୍ୟାପକ ସଚେତନତା ସୃଷ୍ଟିକରିବା କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ଏଥିନିମନ୍ତେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ଭାରଚୁଳ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆରକ୍ଷୀ ଅଧିକ୍ଷକା ସ୍ୱାତୀ ଏସ କୁମାରଙ୍କ ଉପସ୍ଥିତରେ ଆଲୋଚନା କରିଥିଲେ l ସାଇବର ଅପରାଦ୍ଧ ରୋକିବା ନିମନ୍ତେ ଜଣସଚେତନତା ନିହାତି ଆବଶ୍ୟକ l ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତର ପର୍ଯ୍ୟନ୍ତ ବ୍ୟlପକ ସଚେତନତା କରାଯିବ l ବିଶେଷ କରି ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ରିଲ ଓ କ୍ଵିଜ ପ୍ରତିଯୋଗିତା ଆୟୋଜକ କରାଯିବ l ମାରାଥନ ଓ ସାଇକ୍ଲଥନ ରାଲି ଆଦି ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଥିଲେ l ଏହି ବୈଠକରେ ଅତିରକ୍ତ ପୋଲିସ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ,ପିଏ ଆଇଟିଡିଏ, ରାୟଗଡ଼ ଓ ଗୁଣପୁର,ସମସ୍ତ ଥାନା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଡିପିଏମ ଓଏଲ ଏମ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦି ଯୋଗଦେଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ରାୟଗଡ଼ ଜିଲ୍ଲା ପରିଦର୍ଶନ।