
ରାୟଗଡ଼ା ରାୟଗଡା ଜିଲ୍ଲା(ଆମ ଓଡିଶା ଖବର )ର CWS ସଂସ୍ଥା ତରଫରୁ ପିତାମହଲ ଓ ତାଡମା ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ରରେ ପିଲା ମାନଙ୍କୁ ନେଇ ବିଶ୍ଵ ହାତ ଧୁଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ରାୟଗଡ଼ା CWS community mobiliser ଅଭିଷେକ ଆଚାର୍ଯ୍ଯ, FEW ତପନ କାଡ୍ରାକା, ସ୍ଵେଚ୍ଛାସେବୀ ହେମଲତା ମେଲେକା ଓ ପୁଷ୍ପା ମେଲେକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ l ଏଥିରେ ସ୍ଵଚ୍ଛତା ଓ ହାତ ସଫା ରଖିବା ନେଇ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ଓ ସାବୁନ୍ ରେ ହାତ ଧୋଇବା ପ୍ରକ୍ରିୟା ପିଲା ମାନଙ୍କୁ ତଥା ମା ମାନଙ୍କୁ ଶିଖେଇ ଦିଆଯାଇଥିଲା l Community mobiliser ଅଭିଷେକ ଆଚାର୍ଯ୍ଯ ସଂକ୍ଷିପ୍ତରେ ଏହି କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ l FEW ତପନ କାଡ୍ରାକା ଓ ସ୍ଵେଚ୍ଛାସେବୀ ପୁଷ୍ପା ଓ ହେମ ଲତା ସମସ୍ତ ସହୋଯାଗ କରିଥିଲେ l ଏହି ମୂଲ୍ୟବାନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ହେତୁ ଗ୍ରାମବାସୀ CWS ର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦିକ ଧନ୍ୟବାଦ ଜଣାଇଥିଲେ ଲ

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ରାୟଗଡ଼ ଜିଲ୍ଲା ପରିଦର୍ଶନ।
ସାଇବର ସୁରକ୍ଷା ସଚେତନତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।