ଜଟଣୀ, “ଆମ ଓଡ଼ିଶା ଖବର” ୨୬ ଅକ୍ଟୋବର ଦିନ ଆମରିସତ୍ୟ ବିକାଶ ପରିଷଦ ଓ ଜଟଣୀ ରୋଟାରୀ କ୍ଲବ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ’ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲେ। ଏହି ଆଲୋଚନାଚକ୍ର ଡ.ପ୍ରମୋଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା। ଶ୍ରୀ ଦାଶ ନିଜର ବକ୍ତବ୍ଯ ରଖିଥିଲେ, ଶୃଙ୍ଖଳିତ ସମାଜ ବ୍ୟବସ୍ଥାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଡକ୍ଟର ଆରତୀ କର, ପ୍ରବକ୍ତା, ସାହିତ୍ୟିକା, କବି ଓ ଲେଖିକା ପୂରାଣଯୁଗରୁ ସାଂପ୍ରତିକ ଯୁଗର ମହିଳାମାନଙ୍କ ଭୂମିକା କିପରି ଥିଲା ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ। ଆଜିର ନାରୀ ଶିକ୍ଷିତା, କର୍ମଜୀବୀ ଏବଂ ସମାଜରେ ପ୍ରତିଷ୍ଠିତ ହୋଇ ସାରିବା ପରେ ବି ନାରୀ ପୁରୁଷ ହାତରେ କେତେକ କ୍ଷେତ୍ରରେ କଣ୍ଢେଇ ହୋଇଯାଉଛି। ଅଧୁନା ଏ ମାନସିକତାର ପରିବର୍ତ୍ତନ ଆବଶ୍ୟକତା ଅଛି।
ମୁଖ୍ୟ ଅତଥି ପଣ୍ଡିତ ରମାକାନ୍ତ ମିଶ୍ର ମହିଳାମାନେ ଆଦର୍ଶ ସୁସ୍ଥ ସମାଜ ଗଠନ ପାଇଁ ପ୍ରୟାସ ଜାରୀ ରଖିବାରେ ବେଦ, ପୁରାଣ ଓ ଆଧୂନିକ ଯୁଗର ନାରୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ରରେ ଆୟୋଜକ ରୋଟାରିଆନ୍ ଆଦିନାରାୟଣ ଖଣ୍ଡୁଆଳ ସ୍ୱାଗତ ଓ ଅତିଥି ପରିଚୟ ଦେଇଥିଲେ। ଅନ୍ୟାନ୍ୟ ଅତଥିଙ୍କ ମଧ୍ୟରେ ରୋଟାରିକ୍କବର ସଭାପତି ପ୍ରସାଦ ଜଗଦେବ, ରୋଟାରିଆନ ରାଧାମୋହନ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ମହିଳା ସଶକ୍ତିକରଣ ଉପରେ ଆଇନ ଅଧିକାରୀ ବିରଜା ପ୍ରସାଦ ଦାଶ, ଡାକ୍ତର ସୁବ୍ରତା ପାତ୍ର, ପଦ୍ମଲୋଚନ ସାହୁ, ଡ.ସୁକାନ୍ତି ମହାପାତ୍ର, ତ୍ରିଲୋଚନ ମହାପାତ୍ର, ବ୍ରଜବନ୍ଧୁ ନାୟକ, ନର୍ମଦା ଦୋରା, ବିଜୟାନନ୍ଦ ପଟ୍ଟନାୟକ, ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ମତାମତ ପ୍ରକାଶ କରିଥିଲେ। ଜବାହାରଲାଲ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଭୁପ୍ରସାଦ ହରିଚନ୍ଦନ, ରଶ୍ମିତା ନାୟକ ଓ ପଦ୍ମଲୋଚନ ସାହୁଙ୍କ ସଂଯୋଜନାରେ ଦେବଯାନୀ ରାୟ , ଡାକ୍ତର ପ୍ରଭାସ ପ୍ରଧାନ, ଦିତିକୃଣ୍ଣ ମହାନ୍ତି, ସୁଦର୍ଶନ ମହାପାତ୍ର, ନର୍ମଦା ଦୋରା, ବେଣୁଧର ବେହେରା, ଜଗନ୍ନାଥ ନାୟକ, ଆଦିନାରାୟଣ ଖଣ୍ଡୁଆଳ, ରୋହିତ କୁମାର ଚମ୍ପତ୍ତି, ସୁରେଶ ଚନ୍ଦ୍ର ରଥ, ବାସୁଦେବ ସାହୁ, ଦିବ୍ୟଲୋଚନ ଭାରିମଲ୍ଲ , ସୁଲିଆ ଦାଶ ପ୍ରମୁଖ କବିତା ପାଠ କରିଥିଲେ ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଆମରିସତ୍ୟ ବିକାଶ ପରିଷଦର ଆଲୋଚନାଚକ୍ରରେ ସମାଜ ପାଇଁ ମହିଳା ମାନଙ୍କ ଭୁମିକା।


More Stories
ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ l
କୋଦଳା ଏନଏସି ପରିସରରେ କାଉନସିଲ ବୈଠକ ଅନୁଷ୍ଠିତ
ଜଟଣୀରେ ୨୩, ତମ ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ହୋଇଯାଇଛି।