
ପୁରୀ : ପୁରୀ ସିଂହଦ୍ଵାର ସମ୍ମୁଖରେ ପ୍ରଗତି ଟ୍ରଷ୍ଟ ରସୁଲଗଡ଼ ଭୁବନେଶ୍ୱର ପକ୍ଷରୁ ଚଳିତ ମାର୍ଗଶୀର ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ଅମାବାସ୍ୟା ତିଥିରେ ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାର ଦେବ ଦୀପାବଳୀ ଉତ୍ସବ ପୁରୀ, ଶ୍ରୀମନ୍ଦିର ସିଂହ ଦ୍ବାର ସମୂଖରେ ଦେବତା ମାନଙ୍କ ପିତୃ ପୁରୁଷ ଉଦେଶ୍ୟରେ ଘରେ ଘରେ ଦୀପଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ମହୋତ୍ସବରେ ପ୍ରଭୁକୃପା ଲାଭ କରିବା ସହିତ ବିଶ୍ବର ମଙ୍ଗଳ କାମନା କରିଛନ୍ତି ।ଏହି କାର୍ଯ୍ୟକ୍ରମକୁ ପ୍ରଗତି ଟ୍ରଷ୍ଟ ମୁଖ୍ୟ ଗଦାଧର ବରାଳ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ , ଜଗନ୍ନାଥଙ୍କ ବାଡଗ୍ରାହୀ ଦଇତାପତି ଭବାନୀ ପ୍ରସାଦ ଦାସ ମହାପାତ୍ର ଯୋଗଦେଇ ଦେବ ଦୀପାବଳୀ ଉତ୍ସବରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।ଏଥିରେ ସାମ୍ବାଦିକ ଜୟକୃଷ୍ଣ ଦାସ , କଳିଙ୍ଗ ସମାଜ ମୁଖ୍ୟ ଉମାକାନ୍ତ ମହାନ୍ତି ,ପ୍ରସନ୍ନ ସ୍ବାଇଁ , ସୁନୀତା ପଣ୍ଡା, ସ୍ମିତା ରାଣୀ ମହାନ୍ତି ,ବିଜ୍ଞା ଦାସ , ସମାଜ ସେବୀ ମଧୁମିତା ଦାଶ, ଜୟନ୍ତୀ ସାହୁ ,ମମତା ମିଶ୍ର ,ଜୟଶ୍ରୀ ସାମଲ ,ସୁମିତ୍ରା ପଣ୍ଡା , ରାକେଶ ପ୍ରଧାନ , ପ୍ରଶାନ୍ତ ବିଦ୍ୟାଧର ପ୍ରମୁଖ ଯୋଗଦେଇ ୧୦ହଜାର ଦୀପ ପ୍ରଜ୍ବଳନ କରିଥିଲେ । ଏହି ଦେବ ଦୀପାବଳୀ ପର୍ବରେ ସିଂହ ଦ୍ଵାରା ସମ୍ମୁଖରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।



More Stories
ଵିଜେପି ର ମିଶ୍ରଣ ପର୍ବ ଓ କର୍ମୀ ସନ୍ମିଳନୀ l
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଘୋରଡିଆ ହାଟ ବଜାର ଦୟା ସେତୁ ବିପଦରେ …