ଢେଙ୍କାନାଳ, ହିନ୍ଦୋଳ “ଆମ ଓଡ଼ିଶା ଖବର” ୨୨ ନଭେମ୍ବର, ହିନ୍ଦୋଳ ପୂର୍ବତନ ଟ୍ରେଜେରୀ ବରିଷ୍ଠ କିରାଣି, ମନୋରଞ୍ଜନ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ମନୋରଞ୍ଜନ ସାହୁ ୨ ବର୍ଷ ଧରି ଫେରାର ଥିଲେ। ମନୋରଞ୍ଜନଙ୍କ ନାଁରେ ୬୯ ଲକ୍ଷ ଟଙ୍କା ଆତ୍ମସାତ୍ ମାମଲା ରହିଥିଲା। ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ବରିଷ୍ଠ କିରାଣି। ହିନ୍ଦୋଳ ସବ୍-ଟ୍ରେଜେରିର ବରିଷ୍ଠ କିରାଣି ଥିଲାବେଳେ ଆତ୍ମସାତ କରିଥିଲେ ମନୋରଞ୍ଜନ। ୬୮.୮୫ ଲକ୍ଷ ଟଙ୍କା ଘୋଟାଲା କରି ନିଲମ୍ବିତ ହୋଇଥିଲେ ମନୋରଞ୍ଜନ। ଟଙ୍କା ଆତ୍ମସାତ ଅଭିଯୋଗର ପ୍ରାୟ ୨ ବର୍ଷ ପରେ ତାଙ୍କ ଗ୍ରାମ ସଦର ଥାନା ସାଇଁବିରି ଗ୍ରାମରୁ ଗିରଫ କଲା ଭିଜିଲାନ୍ସ। ଅଧିକ ତଥ୍ଯ ଖୋଜୁଛି ଭିଜିଲାନ୍ସ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |