୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।

ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):-ତା.୨୫/୦୧୧-ରାୟଗଡ ଜିଲ୍ଲା ପରିଷଦର ୮୧ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ,ମାନ୍ୟବର ସାଂସଦ, କୋରାପୁଟ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା,ମାନ୍ୟବର ବିଧାୟକ, ରାୟଗଡ,ଶ୍ରୀଯୁକ୍ତ କାଡ୍ରାକl ଆପ୍ପଲ ସ୍ୱାମୀ, ଵିଷମ କଟକ ବିଧାୟକ, ଶ୍ରୀଯୁକ୍ତ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ,ଅତିରିକ୍ତ ଜିଲ୍ଲାପାଳ, ରାୟଗଡ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ପିଏ ଆଇଟିଡ଼ିଏ ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ଆହ୍ୱାନ କରିଥିଲେ l
ଆଜିର ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରାଯଇଥିଲା l ଜିଲ୍ଲା ମୁଖ୍ୟ ଚିକତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜିନୀ ଦେବୀ ସ୍ୱାସ୍ଥ୍ୟ ବିଭାଗ ବିଷୟରେ ଉପସ୍ଥାପନା କରିଥିଲେ l ଏହି ବିଷୟରେ ଆଲୋଚନା ବେଳେ ମାନ୍ୟବର ସଦସ୍ୟ ମନେ ପ୍ରଶ୍ନ କରିଥିଲେ ଯେ ଜନନୀ ଶିଶୁ ସୁରକ୍ଷା ଯୋଜନାରେ ପ୍ରସୁତି ନିମନ୍ତେ ଗାଡ଼ି ଠିକ ସମୟରେ ନ ପହଞ୍ଚି, ଡାକ୍ତର ସମସ୍ୟା, ଚିକିତ୍ସା କେନ୍ଦ୍ରରେ ଔଷଧ ନା ମିଳିବା ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ l ଏହାକୁ ଆଗାମୀ ଦିନରେ ସମଧାନ କରାଯିବ ବୋଲି ସିଡିଏମଓ ଏବଂ ଡିପିଏମଓ କହିଥିଲେ l ମୁନିଗୁଡା ବ୍ଲକର ରଘୁବାରୀ ଡ଼ିମିକିରକୁଦା ପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ନିମନ୍ତେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆବଶ୍ୟକତା ଅଧିକ ଡାକ୍ତର ପଦବୀ ଖାଲିଥିବା କଥା ବୈଠକରେ ପ୍ରକାଶ କରିଥିଲେ l ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ୪ ଶହ ୫୯ ଜଣ ଆବଶ୍ୟକରୁ କେବଳ ୧ଶହ ୪୦ କାର୍ଯ୍ୟରତ ଥିବା ସିଡିଏମଓ ପ୍ରକାଶ କରିଥିଲେ । ୩୧୯ ଜଣ ଡାକ୍ତର ଜିଲ୍ଲା ପାଇଁ ଆବଶ୍ୟକ ରହିଛି । ଏହି ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଯୋଗାଇବା ନିମନ୍ତେ, ମା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସିଡିଏମଓ ପ୍ରକାଶ କରିଥିଲେ l ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ l ଗ୍ରାମୀୟ ନିର୍ମାଣ ବିଭାଗ ଉପରେ ଆଲୋଚନା କରିଥିଲେ ଓ ଜିଲ୍ଲାରେ ଗ୍ରାମୀୟ ଯୋଗାଯୋଗର ଅଗ୍ରଗତି ଉପରେ ନିର୍ବାହୀଯନ୍ତ୍ରୀ ରାୟଗଡ଼ ଓ ଗୁଣୁପୁର ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ବିଜୁସେତୁ ଯୋଜନାରେ ୨୦୧୮-୧୯, ୨୦୨୨-୨୩, ୨୦୨୩-୨୪ ଆର୍ଥିକ ବର୍ଷର ୧୭ ଗୋଟି ସେତୁ ୧୦୮୯ଲକ୍ଷ ଟଙ୍କାରେ କାର୍ଯ୍ୟ ଚାଲୁରହିଥିବା ବିଷୟରେ କହିଥିଲେ ୪ଟି ସେତୁର ଟେଣ୍ଡର ପ୍ରକ୍ରିୟା ଚାଲିଛି l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୭ଗୋଟିରୁ ୯ଟି ସମ୍ପୂର୍ଣ ହୋଇଛି ୮ଟି ସେତୁ କାର୍ଯ୍ୟ ଚାଲୁଅଛି l ସେହିପରି ଜିଲ୍ଲା ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ ସଡ଼କଯୋଜନା, ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା l ସେହିପରି ଗୁଣୁପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ କାର୍ଯ୍ୟକାରୀ ହେଉଥିବା ସେତୁବନ୍ଧ ଯୋଜନାରେ ଆର୍ଥିକ ବର୍ଷ ୨୦୧୭-୧୮, ୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ର ପ୍ରକଳ୍ପ ଓ ଅନ୍ୟାନ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା l ଯଥାଶୀଘ୍ର ପ୍ରକଳ୍ପ ଗୁଡିକ ସମ୍ପୂର୍ଣ କରିବାକୁ ମାନ୍ୟବର ସଦସ୍ୟ ମlନେ ଦାବି କରିଥିଲେ l ଶିକ୍ଷା ବିଭାଗ ଉପରେ ଆଲୋଚନା ବେଳେ ଅଧାରୁ ପାଠ କାହିଁକି ଛାଡୁଛନ୍ତି ବୋଲି ସଦସ୍ୟା, ସଦସ୍ୟ ମlନେ ପ୍ରଶ୍ନ କରିଥିଲେ l ଏହାର ଆଲୋଚନା ବେଳେଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ଯେ ପିଲାମାନେ ଦୁରକୁ ଯାଇ ପାଠ ପଢିବା ପାଇଁ ନାରାଜ ହୋଇ ଅଧାରୁ ଛାଡ଼ୁଛନ୍ତି ବୋଲି କହିଥିଲେ l ମାନ୍ୟବର ବିଧାୟକ ଡେପୁଟେସନ ବନ୍ଦ କରି ଯିଏ ଯେଉଁ ସ୍ଥାନକୁ ପୋଷ୍ଟିଙ୍ଗ ହୋଇଛି ସଠିକି ପଠାଇବା ପଇଁ କହିଥିଲେ l ଏହି ବୈଠକରେ ଜିଲ୍ଲା ମଙ୍ଗଳ ବିଭାଗ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମlନେ ଉପସ୍ଥିତ ଥିଲେ ଲ

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!