କଳାହାଣ୍ଡି ୨୬/୧୧(ଆମ ଓଡିଶା ଖବର )କେସିଙ୍ଗା ବ୍ଲକ ର ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଠେମରା ଗ୍ରାମଠାରେ ଜିଲ୍ଲା କୃଷି ବିଭାଗ ଏବଂ ଇକାର୍ଡ (ଅନ୍ତର୍ଜାତୀୟ ଶୁକ୍ଳ ଅଂଚଳ କୃଷି ଗବେଷଣା କେନ୍ଦ୍ର )ଖରିପ ହରଡ଼ ବିହନ ଉତ୍ପାଦନ କୁ ନେଇଁ ଏକ କୃଷକ କ୍ଷେତ୍ର ଦିବସ. Farmars field day କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଶତାଧିକ ହରଡ଼ ବିହନ ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନ କରୁଥିବା ଚାଷୀ ମାନଙ୍କୁ ନେଇଁ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଇକାର୍ଡ ର ଅନ୍ତର୍ଜାତୀୟ ଶୁକ୍ଳ ଅଞ୍ଚଳ କୃଷି ଗବେଷଣା କେନ୍ଦ୍ର lebanon birut ଉପ ମୁଖ୍ୟ ପ୍ରବନ୍ଧ ଡ଼ ଅଗସ୍ତୁ ବେସ୍ରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚାଷୀମାନଙ୍କୁ ଜଳବାୟୁ ପରିବେଶ ସହନଶୀଳତା ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ ଯାହା ଦ୍ଵାରା ଆଗାମୀ ସମୟରେ କୃଷକ ର ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆସିପାରିବ ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ମୁଖ୍ୟ ଡ଼ ଶିବ କୁମାର ଅଗ୍ରୱାଲ ଇକାର୍ଡ ଦକ୍ଷିଣ ଏସିଆ ଚାଇନା ଭାଗ ନେଇଁ ଚାଷୀମାନଙ୍କୁ ଆୱାନ ଦେଇଥିଲେ ଯେ ସଠିକ ସମୟରେ ଜଳ ସେଚନ ଏବଂ ରୋଗ ପୋକ ଦମନ ଓ ଅମଳ ଇତ୍ୟାଦି ତ୍ଵରାନ୍ଵିତକରିପାରିଲେ କୃଷି ଉତ୍ପାଦନରେ ବୃଦ୍ଧି ପାଇଁ ପାରିବ ଯେହେତୁ ଭାରତ ଏକ କୃଷି ପ୍ରଦାନ ଦେଶ କୃଷି ଓ କୃଷକର ଉନ୍ନତି ହିଁ ଦେଶର ଉନ୍ନତି ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଯୁକ୍ତ ପ୍ରମୋଦ କୁମାର ବେହେରା ଉଦବୋଦନ ଦେଇ କହିଥିଲେ ଯେ କଳାହାଣ୍ଡି ଜିଲ୍ଲା ଶୁଷ୍କ ଜଳ ବାୟୁ ଅଞ୍ଚଳ ସେଥିପାଇଁ ହରଡ଼ ଡାଲି ଜାତୀୟ ଫଳସ କରିବା ପାଇଁ ଅନୁକୂଳ ଅଟେ ଏବଂ ଡାଲି ଫସଲ ଦ୍ୱରା ମାଟିର ଯତ୍ନ ସହିତ ପ୍ରକୃତିର ଯତ୍ନ ନେଇଁ ପାରିରିବେ ଜାତୀୟ ଅନ୍ତର ଜାତୀୟ ସ୍ତରରେ ଡାଲି ର ଚାହିଦା ରହିଛି ଏହା କୁ ଦୃଷ୍ଟି ରେ ରଖି କୃଷକ ଭାଇ ମାନକୁ ଢିପ ବା ଉଚ୍ଚ ଜମି ମାନଙ୍କରେ ଖରିପ ଓ ଋତୁ ରେ ଚାଷ କରିବା ପାଇଁ କହିଥିଲେ ଇକାର୍ଡ ର ଓଡିଶା ରାଜ୍ୟ ମୁଖ୍ୟ ଡ଼ କିଶୋର ଚନ୍ଦ୍ର ବେହେରା କଳାହାଣ୍ଡି ଜିଲାରେ ଆଗେଇ ନେଇଛନ୍ତି ଏବଂ ନୂତନ କୃଷି ପ୍ରଣାଳୀ କୁ ଅବଲମ୍ଭନ କରି ଅଧିକ ଅମଳ ପାଇଛନ୍ତି ଏବଂ ନିଜ ନିଜ ଗ୍ରାମ ରେ ବିହନ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏହା ଛଡ଼ା କୃଷକ ଉତ୍ପାଦନ ଗୋଷ୍ଠି ଗଠନ କରି ନିଜ କୃଷି ଉତ୍ପାଦକୁ ଉଚିତ ମୂଲ୍ୟରେ କଳାହାଣ୍ଡି ପଳ୍ସ ଫାର୍ମସ ପ୍ରାଇଭେଟ ଲିଃ ଦ୍ଵାରା ବଜାରରେ ବିକ୍ରି କରି ପାରୁଛନ୍ତି ଯାହା ଦ୍ଵାରା କି ସେ ମାନେ ଉଚିତ ମୂଲ୍ୟ ପାଇପାରିବେ ଏହି କାର୍ଯ୍ୟକ୍ରମରେ ଡ. ବେହେରା କଳାହାଣ୍ଡି ଜିଲ୍ଲା କୁ ଡାଲି ଏବଂ ହରଡ଼ ବିହନ ଉତ୍ପାଦନ କରି ଏକ କୃଷି ସମୃଦ ଜିଲ୍ଲା ରେ ପରିଗଣିତ କରିବା ପାଇଁ ପ୍ରୟାସ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଇକାର୍ଡ ର ମାନବ ସମ୍ବଳ ପ୍ରବନ୍ଧକ ପ୍ରିୟଙ୍କା ମାଥୁର ସେନ ଏବଂ ଇକାର୍ଡ ଓଡିଶା ର ଏଫପିଓ ମେଘନାଦ ନନ୍ଦ କୃଷି ବିଜ୍ଞାନୀ ନିରଞ୍ଜନ ସେନାପତି ସିସିଡବ୍ଲୁଡି ସଦାଶିବ ସ୍ୱାଇଁ ବ୍ଲକ ଅଧିକାରୀ ଜିତେନ୍ଦ୍ର କୁମାର ସିଂ ଉତ୍କେଲା ସରପଞ୍ଚ ମୀରା କୁମ୍ଭାର ମଞ୍ଚରେ ମଞ୍ଚାସିନ ରହି ଚାଷୀମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ୨୩୦ଜଣ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କୃଷକ ଏବଂ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟ ମାନଙ୍କସହଭାଗିତାରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ କରାଯାଇଥିଲା ଏହି ଅବସରରେ କଳାହାଣ୍ଡି ପଳ୍ସ ଫାମର୍ସ ପ୍ରା.ଲି.ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଙ୍କ ଦ୍ଵାରା ଉନ୍ନତ ମାନର ଡାଲି ଜାତୀୟ ବିହନ ଏବଂ ଆଧୁନିକ କୃଷି ଯନ୍ତ୍ରପାତି ଯଥା ଡ୍ରେନ. ସିଡ ଡ୍ରିଲ ପାୱାର ସ୍ପ୍ରେ ପାୱାର.ୱ୍ୱିଡର ଓ ରୋଟର.ପ୍ୟାକେଜିଂ.ଓ ଷ୍ଟ୍ରିଚିଂମେସିନ କୃଷକ ମାନଙ୍କ ଅବଗତ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସିସିଡବ୍ଲୁଡିର କ୍ଷେତ୍ର ବିରେନ କୁମାର ସା ନୀଳାଞ୍ଚଳ ପୋଢ଼, (କେସିଙ୍ଗା) ମଧୁସୂଦନ ମଙ୍ଗରାଜ, (ଭବାନୀପାଟଣା) ଗୁଣନିଧି ଭାଟି, (କର୍ଲାମୁଣ୍ଡା) ଥବିର ଗହୀର, (ନର୍ଲା) ହାରିବନ୍ଧୁ ସାହୁ, ଓ ଅଜୟ ନନ୍ଦ,(ମ ରାମପୁର) ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଇକାର୍ଡ ଏବଂ ସିସି ଡବ୍ଲୁଡି ର (ନୂଆପଡା) ଏବଂ ବରଗଡ ଜିଲ୍ଲାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ l
ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |