କଳାହାଣ୍ଡି ୨୯/୧୧(ଆମ ଓଡିଶା ଖବର) ଶୁକ୍ରବାର ଦିନ କଳାହାଣ୍ଡି, କେସିଙ୍ଗା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଖେଳ ପଡିଆ ରେ ଆଦର୍ଶ ଥାନା କେସିଙ୍ଗାର ଥାନା ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ଦ୍ଵାରା ଉଦ୍ ଘାଟିତ ହୋଇଯାଇଛି । ଏହି କ୍ରୀଡା ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ସୀମାଞ୍ଚଲ୍ ବୁଦ୍ଧିଆ , ଯୁଗ୍ମ ସମ୍ପାଦକ ଶ୍ରୀ ସମ୍ଭୁ ପ୍ରସାଦ ପଣ୍ଡା,ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ଉପସ୍ଥିତ ଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ହୋଇ କ୍ରୀଡାର ମୁକ ସାକ୍ଷୀ ରୂପେ ପଡିଆ ମଧ୍ୟରେ ସ୍ଥାପିତ କରାଯାଇଥିଲା। ପ୍ରଥମ ଶ୍ରେଣୀ ରୁ ଦଶମ ଯାଏ ସମସ୍ତ ଶିଶୁ ଏହି କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |