ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡ଼ା ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୂଲ୍ୟରେ ବିଶ୍ବ ଏଡସ ଦିବସ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କର ଏକ ବିଶାଳ ରାଲି କଲେଜ ହତା ମଧ୍ଯରୁ ବାହାରି ଜାଗରଣ ମୂଳକ ସ୍ଳୋଗାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ ।କଲେଜ ଅଧ୍ୟକ୍ଷ ଅଭିମନ୍ୟୁ ସ୍ୱାଇଁଙ୍କ ପୌରୋହିତରେ ଆୟୋଜିତ ରାଲିରେ ବେଗୁନିଆପଡ଼ା ଥାନା ଅଧିକାରୀ ଶ୍ରୀ ଜଗଦୀଶ ପଣ୍ଡା ରେଡକ୍ରସ ପତାକା ଉଡ଼ାଇ ରାଲିକୁ ଉଦ୍ଘାଟନ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କଲେଜ ପରିସର ମଧ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ଶ୍ରୀ ପ୍ରବୀଣ କୁମାର ଖାଡଙ୍ଗା ମଞ୍ଚ ପରିଚାଳନା କରିଥିଲେ । ରେଡକ୍ରସର ମୁଖ୍ୟ ପରାମର୍ଶ ଦାତା ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଏଡସ ରୋଗର କାରଣ ଓ ନିରାକରଣ ନିମିତ୍ତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ରେଡକ୍ରସ ପରାମର୍ଶ ଦାତ୍ରୀ ଗୃହ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମମତା କୁମାରୀ ପାଢ଼ୀ ଏଚ ଆଇ ଭି /ଏଡ଼ସ ସମ୍ପର୍କରେ ନିଜ ମତ ପ୍ରଦାନ କରିଥିଲେ । ଏହି ସଭାରେ ଅଧ୍ୟାପକ ଶଶାଙ୍କ ଶେଖର ଦିଗାଲ, ଶ୍ୟାମ ସୁନ୍ଦର ଦାଶ, ଅଧ୍ୟାପିକା ଜ୍ୟୋତ୍ସ୍ନା ନାୟକ , କ୍ରୀଡା ଶିକ୍ଷକ ଋଷିନାଥ ଚର୍ଚ୍ଚି ,ପି.ରାଜେଶ ପାତ୍ର ଏବଂ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ମୌସୁମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!