ଘର ଆଗରେ ଜଳିଗଲା ସ୍କୁଟି,ଥାନାରେ ଏତଲା l

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭାର ଗାଁ ହରିଜନ ସାହିର ପ୍ରଭାକର ନାହାକଙ୍କ ଝିଅ ଅନିତା ନାହାକଙ୍କ ସ୍କୁଟିରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି । ଏ ନେଇ ଅନିତା ବେଗୁନିଆପଡା ଥାନାରେ ଲିଖିତ ଏତଲା ଦାୟର କରିଛନ୍ତି । ସୂଚନା ମୁତାବକ ଶନିବାର ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଅନିତାଙ୍କ ଜେଜେବାପା ସୋମନାଥ ନାହାକ ବାହାରକୁ ଆସିଥିବା ବେଳେ ଅନିତାଙ୍କ ସ୍କୁଟି ଟି ଜଳୁଥିବାର ଦେଖିବାକୁ ପାଇଥିଲେ । ସୋମନାଥ ଏତାଦୃଶ୍ୟ ଦେଖିବା ପରେ ତୁରନ୍ତ ସମସ୍ତଙ୍କୁ ଡାକିଥିଲେ । ପାଟି ଶୁଣି ଘର ଲୋକ ଉଠି ଦେଖିଲା ବେଳକୁ ସ୍କୁଟି ଟି ନିଆଁ ଲାଗି ସମ୍ପୂର୍ଣ ପୋଡି ଯାଇଥିବା ବେଳେ ନିଆଁ ଯୋଗୁଁ ଘର ର ବିଭିନ୍ନ ଅଂଶ ପୋଡ଼ିଯାଇଥିବା ଜଣାପଡିଛି । ଏ ନେଇ ଅନିତା ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ । ତେବେ ସ୍କୁଟି ଟି କେଉଁ କାରଣରୁ ଜଳିଲା କିମ୍ବା କୌଣସି ଦୁର୍ବୁର୍ତ୍ତ ଏହି କାଣ୍ଡ ଘଟାଇଛି ତାହା ପୋଲିସ ଅନୁସନ୍ଧାନ ପରେ ସ୍ପଷ୍ଟ ହେବ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!