ବେଗୁନିଆପଡା, (ଆମ ଓଡିଶା ଖବର): ଜନତା ବିହାର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ରୀଡା ପରିଷଦ ଆନୁକୂଲ୍ୟରେ ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସ୍ବାଇଁଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ ସମାପିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ, ଆସିକା ର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଜେନା ଯୋଗ ଦେଇ ଅନୁଷ୍ଠାନ ଭବିଷ୍ୟତର ବିକାଶ ଏବଂ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିବା ସହିତ ପରୀକ୍ଷାରେ କିପରି ଭଲ ହେବ ଉଦବୋଧନ ଦେଇଥିଲେ। ଖେଳ ଶିକ୍ଷକ ଶ୍ରୀ ଋଷିନାଥ ଚର୍ଚ୍ଚି ବାର୍ଷିକ ବିବରଣୀ ପାଠ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖ୍ୟବକ୍ତା ରୂପେ ମାନବ ଜୀବନରେ ଶିକ୍ଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀ ପ୍ରବୀଣ କୁମାର ଖାଡଙ୍ଗା ଯୋଗଦେଇ ସାହିତ୍ୟର ଗୁଣବତ୍ତା ଉପରେ ମତ ରଖିଥିଲେ। ସେହିପରି ଦୌଡ, ଲମ୍ବା ଏବଂ ଉଚ ଡ଼ିଆଁ, ପୁଚି, ଦୌଡ଼ି ଡ଼ିଆଁ, ଚେସ ତଥା ବିଭିନ୍ନ ସାହିତ୍ୟିକ ପ୍ରତିଯୋଗିତା ଯଥା- ବକୃତା, ପ୍ରବନ୍ଧ, ଗୀତ, ନୃତ୍ୟ, ରୋଷେଇ, ସାଧରଣ ଜ୍ଞାନ ଇତ୍ୟାଦି ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ଦ୍ୱାରା ସମ୍ମାନିତ କରିଥିଲେ । ପୁରସ୍କାର ପ୍ରଦାନରେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ମୌସୁମୀ ମହାପାତ୍ର ଏଵଂ ଶିକ୍ଷା ଅଧ୍ୟାପିକା ଜ୍ୟୋସ୍ନା ନାୟକ ପ୍ରମୁଖ ଭୂମିକା ନେଇଥିଲେ । ମୁଖ୍ୟ ଆକର୍ଷଣ ଥିଲା ଯୁବ ରେଡ କ୍ରସର ସ୍ବେଛାସେବୀ ମାନେ ପ୍ୟାରେଡ ମାଧ୍ୟମରେ ମୁଖ୍ୟ ଅତିଥିଙ୍କୁ ପାଛୋଟି ନେଇଥିଲେ । ପରିଶେଷରେ ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରବୀଣ କୁମାର ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀମତୀ ମମତା କୁମାରୀ ପାଢ଼ୀ, ଶ୍ରୀ ଶଶାଙ୍କ ଶେଖର ଦିଗାଲ, ଶ୍ରୀ ଶ୍ୟାମସୁନ୍ଦର ଦାଶ, ପି ରାଜେଶ ପାତ୍ର, ରମେଶ ଚନ୍ଦ୍ର ଗୌଡ଼, ଅଚ୍ୟୁତାନନ୍ଦ ଡାକୁଆ, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ପ୍ରମ୍ମୁଖ ସହଯୋଗ କରିଥିଲେ ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସଭା ପାଳିତ
ଜନତା ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ l
ଘର ଆଗରେ ଜଳିଗଲା ସ୍କୁଟି,ଥାନାରେ ଏତଲା l