କଳାହାଣ୍ଡି ଜିଲ୍ଲା ୨୧/ ୧୨(ଆମ ଓଡିଶା ଖବର )ନର୍ଲା ବ୍ଲକ ଅଧୀନରେ ଥିବା ତୁଳା ପଡା ହାଇସ୍କୁଲ ଏକ ପ୍ରଖ୍ୟାତ କ୍ରୀଡା ଶିକ୍ଷକ ତଥା ତୁଳାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠରେ କାର୍ଯ୍ୟରତ ପିଇଟି ସନ୍ତୋଷାନନ୍ଦ ନାୟକ ଜିଲ୍ଲାପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ଓଡ଼ିଶାର ୧୭ ବର୍ଷ ରୁ କମ୍ ବୟସର ଝିଅ ଫୁଟବଲ୍ ଦଳକୁ ନେଇ ଝାଡ଼ଖଣ୍ଡର ରାଞ୍ଚି ଯାଇଛନ୍ତି । ଓଡ଼ିଶା ଏହି ଫୁଟବଲ୍ ଟିମ୍ ର ମ୍ୟାନେଜର ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ପିଇଟି ଶ୍ରୀଯୁକ୍ତ ନାୟକ । କ୍ରୀଡା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ଥିବା ବେଳେ ରାଜ୍ୟର ଜଣେ ଆଗଧାଡିର ରେଫ୍ରି ଭାବରେ ତାଙ୍କର ସୁନାମ ରହିଛି । ରାଞ୍ଚିରେ ଆୟୋଜିତ ସର୍ବ ଭାରତୀୟ ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟର ପ୍ରତିଯୋଗୀ ମାନେ ଯୋଗଦାନ କରିଛନ୍ତି । ଓଡ଼ିଶା ଦଳ ଯୋଗଦାନ କରି କ୍ରୀଡ଼ାରେ ଭାଗ ନେଇଛି । ଶ୍ରୀଯୁକ୍ତ ନାୟକ ଓଡ଼ିଶା ଦଳର ମ୍ୟାନେଜର ଭାବରେ ଦାୟିତ୍ବ ନିର୍ବାହ କରୁଥିବା କୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବିଭିନ୍ନ ଅନୁଷ୍ଠାନ ତରଫରୁ ତଥା କ୍ରୀଡ଼ା ପ୍ରେମୀ ମାନେ ଶ୍ରୀଯୁକ୍ତ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କଳାହାଣ୍ଡି ପେସାଲ ରିପୋଟର ପ୍ରସନ୍ନ କୁମାର ନାଏକ


More Stories
ସରିଆଁ ହାଇସ୍କୁଲ ଠାରେ ଗୁରୁପୂଜନ ଅନୁଷ୍ଠିତ ହୋଇଥିଲା
28ତମ କଳାହାଣ୍ଡି ଉତ୍ସବ ଘୁମୁରା – 2026 ପ୍ରସ୍ତୁତି ବୈଠକ ।
ଜିଲ୍ଳା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ।