କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”

ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର )ଜଟଣୀ – ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋର୍ଦ୍ଧା ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକର “କ୍ଲଷ୍ଟର ସ୍ୱତନ୍ତ୍ର ଅଭିନବ ପ୍ରୟାସ” ନିମିତ୍ତ ତାଲିମ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ କୁଶମାଟି ଛଣଘର କ୍ଳଷ୍ଟର ସି.ଆର.ସି.ସି ଡଃ.ରଶ୍ମିତା ନାୟକ ତାଲିମ ନେଇ ସେ କ୍ଳଷ୍ଟରରେ ଛାତ୍ରଛାତ୍ରୀଙ୍କ ମାନବିକ ମୂଲ୍ୟବୋଧ ବିକାଶ ନିମିତ୍ତ ତା ୧୦.୦୧.୨୫ରିଖ ଠାରୁ “ମାନସ ମନ୍ଥନ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମି ବାଳା ପରିଡା ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗଦେଇ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ସି.ଆର.ସି.ସିଙ୍କୁ ଆହ୍ୱାନ କରିଥିଲେ।ଡଃ ତାପସ ନାୟକଙ୍କ ଆଲେଖ୍ୟ “ବିଦ୍ୟାଳୟର ଆତ୍ମା”କୁ ବିଶ୍ଲେଷଣ କଲେ ଜଣାଯାଏ ବିଦ୍ୟାଳୟର ସ୍ଥୁଳ ପରିବେଶ ଯଦି ଶରୀର ତାହା ହେଲେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ହେଉଛି ଆତ୍ମା। ଏହି ଆଲେଖ୍ୟଟି ସି.ଆର.ସି.ସି.ଙ୍କ ହୃଦୟକୁ ଗଭୀର ରେଖାପାତ କରିଥିଲା। ଏହି ଚିନ୍ତ ଧାରାକୁ ନେଇ ଜନ୍ମ ନେଲା “ମାନସ ମନ୍ଥନ”.ଏହାର ମୂଳ ଲକ୍ଷ୍ୟ ହେଲା ପ୍ରତ୍ୟେକଙ୍କର ମାନସରେ ମାନବିକ ମୂଲ୍ୟବୋଧ ଜାଗ୍ରତ କରି କ୍ଳଷ୍ଟର ଏକ ସାକାରତ୍ମକ ପରିବେଶ ସୃଷ୍ଟି କରିବା।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ସୁଦୃଢ଼ କରିବାକୁ ହେଲେ ପ୍ରତ୍ୟେକଙ୍କର ଆତ୍ମିକ ବିକାଶ ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ପ୍ରତି ବିଦ୍ୟାଳୟ ହେଉ ଆଧ୍ୟାତ୍ମିକ ଜାଗରଣର ଭିତ୍ତିଭୂମି।ଏହି ପରି ବଡ଼ ବଡ଼ ସ୍ବପ୍ନ ଦେଖିଛନ୍ତି ସି.ଆର.ସି.ସି ଡଃ ନାୟକ। ସେ ପ୍ରାରମ୍ଭିକ ସ୍ତରରେ ୧୦ ଟି ମାନବିକ ମୂଲ୍ୟବୋଧ ଭିତ୍ତିକ କବିତାକୁ ନେଇ ମୌଳିକ ସ୍ତରରେ ଏକ କ୍ରିୟାତ୍ମକ ଗବେଷଣା କରି ସଫଳତାର ସହ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନରେ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି । ଏହି ପ୍ରୟାସ କ୍ଳଷ୍ଟର ର ସମ୍ବଳ ଶିକ୍ଷୟତ୍ରୀ, ଶିକ୍ଷକ ମଧ୍ୟରୁ ଅଜୟ କୁମାର ବେହେରା, ମମତା ଦେଇ ଓ ତେଜସ୍ୱିନୀ ସାହୁ ଙ୍କ ସହଯୋଗରେ କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟରେ ଜାରି ରହିବା ସହ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ମହାପୁରୁଷଙ୍କ ଜୀଵନୀ ଉପରେ ଆଲୋକପାତ କରି ଦିବ୍ୟ ଗୁଣକୁ ଧାରଣ କରି ସତ୍ୟର ପଥେ ଅଗ୍ରସର ଏକାନ୍ତ କାମ୍ୟ। ଏହି ପରି ଅଭିନବ ପ୍ରୟାସ ପାଇଁ ଅଧ୍ୟକ୍ଷ ଡଃ ତାପସ ନାୟକ, ଜଟଣୀ ବ୍ଳକ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଶିକ୍ଷିକା ବୀଣା ପାଣି ପାଢ଼ୀ ତଥା ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଆନ୍ତରିକ ସହଯୋଗ ଓ ଉତ୍ସାହ ପ୍ରଦାନ କରିଥିବାରୁ ଏହି ପ୍ରୟାସ ଜାରି ରହିଛି। ସି.ଆର.ସି.ସି. ଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ଯେଉଁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି। କ୍ଲଷ୍ଟର ମାସିକ ବୈଠକରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀ ଅନୁସୟା ପୃଷ୍ଟି, ମମତା ଦେଇ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରୀତମ ପଶ୍ଚିମ କବାଟ, ଲିଜା ମହାରଣା, ସୁଚିସ୍ମିତା ମହାରଣା ସମେତ ଅନେକ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଛନ୍ତି। ଏହାର ଲକ୍ଷ୍ୟ ପ୍ରତି ବିଦ୍ୟାଳୟ ହେଉ ଆଧ୍ୟାତ୍ମିକ ଜାଗରଣର ଭିତ୍ତିଭୂମି।ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!