ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l

କୋଦଳା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି । ମୃତ ଦୁଇଜଣ କୋଦଳା କୁମୁଟି ସାହି ର ଦୁଇ ପଡୋଶୀ ରୁଦ୍ରନାରାୟଣ ଦାଶ,ରଶ୍ମିରଞ୍ଜନ ପାଢ଼ୀ ହୋଇଥିବା ବେଳେ ଗୁରୁତର ବାଣପୁର ଅଞ୍ଚଳର ପବିତ୍ର ବନ୍ଦଣି ହୋଇଥିବା ଜଣାପଡିଛି । ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନ ଗୋଟିଏ ବାଇକରେ କବିସୂର୍ଯ୍ୟନଗରରୁ କୋଦଳା ଅଭିମୁଖେ ଯିବା ସମୟରେ ବୁଢାଆମ୍ବ ନିକଟରେ ବିପରିତ ଦିଗରୁ ଆସୁଥିବା ପବିତ୍ରଙ୍କ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍କୁଟିରେ ତିନିଜଣ ରହିଥିବା ବେଳେ ଦୁର୍ଘଟଣା ପରେ ସମସ୍ତେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଧାରକରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ ।ତେବେ ଡାକ୍ତର ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଓ ଦୁଇ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!