କୋଦଳା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି । ମୃତ ଦୁଇଜଣ କୋଦଳା କୁମୁଟି ସାହି ର ଦୁଇ ପଡୋଶୀ ରୁଦ୍ରନାରାୟଣ ଦାଶ,ରଶ୍ମିରଞ୍ଜନ ପାଢ଼ୀ ହୋଇଥିବା ବେଳେ ଗୁରୁତର ବାଣପୁର ଅଞ୍ଚଳର ପବିତ୍ର ବନ୍ଦଣି ହୋଇଥିବା ଜଣାପଡିଛି । ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନ ଗୋଟିଏ ବାଇକରେ କବିସୂର୍ଯ୍ୟନଗରରୁ କୋଦଳା ଅଭିମୁଖେ ଯିବା ସମୟରେ ବୁଢାଆମ୍ବ ନିକଟରେ ବିପରିତ ଦିଗରୁ ଆସୁଥିବା ପବିତ୍ରଙ୍କ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍କୁଟିରେ ତିନିଜଣ ରହିଥିବା ବେଳେ ଦୁର୍ଘଟଣା ପରେ ସମସ୍ତେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଧାରକରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ ।ତେବେ ଡାକ୍ତର ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଓ ଦୁଇ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.