ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ପରିସରରୁ ଏକ ମିନି ମାରାଥନ୍ ର ଶୁଭାରମ୍ଭ ହୋଇଯାଇଛି। ରବିବାର ସକାଳେ ଏହି ମାରାଥନ୍ କୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅଞ୍ଚଳର ବହୁ ଯୁବ ଛାତ୍ର ଯୋଗ ଦେଇ ଗଣଦୌଡରେ ସାମିଲ୍ ହୋଇଥିଲେ। ଫିଟନେସକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ, ଏହି ବାର୍ତ୍ତା ଦେଇ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଉକ୍ତ ଅଞ୍ଚଳର ଫୁଟବଲ କ୍ଲବ ଓ ସ୍ଥାନୀୟ ବ୍ଯବସାୟୀକ ପ୍ରତିଷ୍ଠାନ ମାନଙ୍କ ସହଯୋଗରେ ଆୟୋଜିତ ଏହି ମିନି ମାରାଥନ୍ ରେ ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପୁରୁଷ ବର୍ଗରେ ମର୍ଦ୍ଦକୋଟର ଆକାଶ ଦାଶ, ଦୀପକ ପାତ୍ର, ରୁଦ୍ର ପ୍ରସାଦ ଗୌଡ଼ ଏବଂ ମହିଳା ବର୍ଗରେ ନୂଆଗାଁ ର ଅଶାନ୍ତି ଗିରି, ମର୍ଦ୍ଦକୋଟର ବନିତା ଦାଶ, ମିତାଲି ଗିରି ପ୍ରମୁଖ ବିଜୟୀ ହୋଇଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ କେଦାରନାଥ ହୋଣ୍ଡା, ତ୍ରୀପତି ମୋଟର୍ସ, ମା ମଙ୍ଗଳା ଟିଭିଏସ୍, ଆର୍ କେ ଜୁଏଲାରୀ, ମା ସନ୍ତୋଷୀ ଟ୍ରେଡ଼ର୍ସ, ମା ନାରାୟଣୀ ଆଲୁମିନିୟମ ପ୍ରତିଷ୍ଠାନ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l