
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା :-୦୩.୦୨.୨୦୨୬: ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ ସମାରୋହ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ବିକାଶ ଓ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷ ଅଧୀକ୍ଷକ ଗୋସନର ବାର୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ,ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ମୀନତି ଦେଓ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଏନ ଗୁଣାଶେଖର, ଉପ ନିର୍ଦ୍ଦେଶକ ଯୋଜନା ଓ ପରିସଖ୍ୟାନ ଶ୍ରୀ ହିମାଂଶୁ ମୋହନ ଲେଙ୍କା, ଅତିରିକ୍ତ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ଡି.ପି.ଏମ -ଏନ.ଏଚ.ଏମ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଅଭିଯାନର ଉଦ୍ଘାଟନ କରି ଯଥାସମୟରେ ତଥ୍ୟ ଅପଡେଟ୍ ଉପରେ ବିଶେଷ ଗୁରୁତ୍ୱ ବିଶେଷ ଭାବେ ଦେବାପାଇଁ କହିଲେ। ମୁନିଗଡ଼ା ବ୍ଲକକୁ ବିଶେଷ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ବ୍ଲକରେ ସ୍ୱାସ୍ଥ୍ୟ, ପୁଷ୍ଟି, କୃଷି ଓ ଶିକ୍ଷା ସୂଚକମାନଙ୍କର ଶତପ୍ରତିଶତ ସମ୍ପୂର୍ଣ୍ଣତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟରେ ସମନ୍ୱୟ ଓ ସମ୍ବନ୍ଧ ମଜବୁତ କରି ଜିଲ୍ଲାକୁ ଜାତୀୟ ସ୍ତରରେ ସର୍ବୋତ୍କୃଷ୍ଟ ଜିଲ୍ଲା ସ୍ୱରୂପେ ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଭିଯାନର ପ୍ରସ୍ତୁତି ବୈଠକ ୨୯ ଜାନୁଆରୀରେ ଆୟୋଜିତ ହୋଇଥିଲା। ଅଭିଯାନର ଶୁଭାରମ୍ଭ ୦୩ ଫେବୃଆରୀ ସକାଳ ୮ ଘଟିକା ସମୟରେ ରାୟଗଡ଼ରେ ବ୍ୟାପକ ରାଲି ଦ୍ୱାରା ହୋଇଥିଲା, ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ୩ ମାସର ଅଭିଯାନ ଜାତୀୟ ସ୍ତରରେ ୨୮ ଜାନୁଆରୀ ୨୦୨୬ରୁ ଆରମ୍ଭ ହୋଇ ୧୪ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ।
ଏହି ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ଆକାଂକ୍ଷି ଜିଲ୍ଲା କାର୍ଯ୍ୟକ୍ରମର ଅଂଶ ରୂପେ ୧୨୨ଟି ଜିଲ୍ଲାରେ ୫ଟି ସୂଚକ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ୫୧୩ଟି ବ୍ଲକରେ ୬ଟି ସୂଚକ ଉପରେ ଜାତୀୟସ୍ତରରେ କାର୍ଯ୍ୟ ହେବ। ଏହି ଅଭିଯାନର ମୁଖ୍ୟ ୩ଟି ସୂଚକ ହେଉଛି ସ୍ୱାସ୍ଥ୍ୟ ଓ ପୁଷ୍ଟି, କୃଷି ଏବଂ ଶିକ୍ଷା। ସ୍ୱାସ୍ଥ୍ୟ ଓ ପୁଷ୍ଟି ଅଧୀନରେ ଟିବି ରୋଗ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ, ଶିକ୍ଷା ଅଧୀନରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ିର କାର୍ଯ୍ୟକ୍ଷମ ମହିଳା ଶୌଚାଳୟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଶେଷ ଅଭିଯାନ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ସହ ସଫଳତା କାହାଣୀ ସଂଗ୍ରହ କରିବେ। ପ୍ରତିମାସରେ ଅଗ୍ରଗତି ରିପୋର୍ଟ ଜମା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ୧୪ ଏପ୍ରିଲ୍ ବି.ଆର. ଆମ୍ବେଡକର୍ ଜୟନ୍ତୀରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ସର୍ବୋତ୍ତମ ଅଭ୍ୟାସ ପାଇଁ ପୁରସ୍କାର ପ୍ରଦାନ କରି ଅଭିଯାନର ସମାପ୍ତି ଘୋଷଣା କରାଯିବ।

ଏହି ବୈଠକ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ପ୍ରକଳ୍ପ ପରିଚାଳକ ନରେଶ ଶର୍ମା ପରିଚାଳନା କରିଥିଲେ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣତା ନିଶ୍ଚିତ ହେବ ବୋଲି ଶପଥ ନେଇଛନ୍ତି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ରାୟଗଡାରେ ଅପେକ୍ଷା ସିନେମାର ପ୍ରିମିୟର ସୋ ଅନୁଷ୍ଠିତ …