ରାୟଗଡ଼ା ଓ୍ବାକର୍ସ କ୍ଲବ୍,ପ୍ରେମ ପାହାଡ଼ ପକ୍ଷରୁ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର) ତା :- ୦୪/୦୨/୨୬
ରାୟଗଡ଼ା ପ୍ରେମ ପାହାଡ଼ସ୍ଥିତ ଓ୍ବାକର୍ସ କ୍ଲବ୍ ଦ୍ୱାରା ପ୍ରେମ ପାହାଡ଼ ଉପରେ ଥିବା କମ୍ଯୁନିଟ ହଲରେ କ୍ଲବ୍ ର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସଦର ମହକୁମା ହସପିଟାଲର ଡାକ୍ତର ଶ୍ରୀ ଡି. କେ. ଦେବ, ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ବିଭିନ୍ନ ପ୍ରକାର କ୍ୟାନସର, କ୍ୟାନସର ରୋଗର କାରଣ, ଉତ୍ପତ୍ତି ଓ ନିରାକରଣ ବିଷୟରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ମଦ, ଗୁଟଖା, ସିଗାରେଟ୍ ଇତ୍ୟାଦି ମାଦକ ଦ୍ରବ୍ୟ ସେବନରେ କ୍ୟାନସର ରୋଗର ମୂଖ୍ୟ କାରଣ ବୋଲି କହିବା ସଙ୍ଗେ ସଙ୍ଗେ ଏହି ରୋଗ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ମୂଖ୍ଯ ସଂଯୋଜକ ଶ୍ରୀ ସତ୍ୟବାଦୀ ପତି, ଏ.ଭି.ପି. ଶ୍ରୀ ଅଭିମନ୍ୟୁ ନାୟକ, ଆଞ୍ଚଳିକ ସଂଯୋଜକ ଶ୍ରୀ ଟି. ଜୟରାମ, ପୂର୍ବତନ ସଭାପତି ଶ୍ରୀ ଦାଶରଥି ରାଜଗୁରୁ ଓ ଡକ୍ଟର ଶ୍ରୀ ଦୁଷ୍ମନ୍ତ କୁମାର ମହାନ୍ତି, ଡି. ଜି. (ଇଲେକ୍ଟ) ଶ୍ରୀ ପ୍ରତାପ ଚନ୍ଦ୍ର ବାଉରି, ଭାଇସ ଡି. ଜି. ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ, ସମ୍ପାଦକ ଶ୍ରୀ ମନ୍ମଥ ତୁଳ ଓ କୋଷାଧ୍ୟକ୍ଷ ଶ୍ରୀ ଗୋପାଳ ଜୈନ ତଥା ଅନ୍ୟ ସମସ୍ତ ଓ୍ବାକର ସଦସ୍ୟମାନେ ଉପସ୍ଥିତ ଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!