ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଂଘ ଆନୁକୁଲ୍ୟରେ, ମଧୁବାବୁଙ୍କ ୯୨ତମ ଶୃତି ଦିବସ ପାଳିଲେ।

ଜଟଣୀ: “ଆମ ଓଡିଶା ଖବର” ୪ ଫ୍ରେବୁଆରି ଅପରାହ୍ନରେ ଜଟଣୀରେ ଗଢିଉଠିଥିବା, ବରିଷ୍ଠ ନାଗରିକ ସେବାସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭ୍ଯମାନେ ମଧୁବାବୁଙ୍କ ତିରୋଧାନ ଦିବସରେ ଶୃତି ଉଚ୍ଚାରଣ ସଭାର ଆୟୋଜନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଅବନୀ ରାଉତରାୟଙ୍କ ସଭାପତିତ୍ଵରେ ସଭାକାର୍ଯ ହୋଇଥିଲା। ଶର୍ବ ପ୍ରଥମେ ବାରିଷ୍ଟର ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି, ସଭାକାର୍ଯ ଆରମ୍ଭ ହୋଇଥିଲା। ସଭା ଆସରରେ ଯୋଗଦେଇ ଥିଲେ, ଅରୁଣ କୁମାର ମହାନ୍ତି, ବାସୁଦେବ ସେଠୀ, ସାରଙ୍ଗଧର ବେହେରା, ଆଦି ନାରାୟଣ ଖଣ୍ଡୁଆଳ, ବିଜୟ କେତନ ଜେନା, ବିଜୟ ରାମ ମହାନ୍ତି, ଧିରେନ ପ୍ରତିହାରି, କେ ନାଗେଶ୍ୱର ରାଓ, ସୁରେଶ କୁମାର ରଥ, ଦିବାକର ମଙ୍ଗରାଜ, ନୀଳାମ୍ବର ମିଶ୍ର ପ୍ରବୃତି ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଅବନୀ ରାଉତରାୟ ଏବଂ ସମ୍ପାଦକ ନିଜ ନିଜର ଅଭିଭାଷଣ ମଧୁବାବୁଙ୍କ ଉପରେ ଟିପ୍ପଣୀ ସୁନ୍ଦର ଭାବେ ଆଲୋକପାତ କରାଇଥିଲେ। ଅଭିଭାଷଣ ସହିତ ସମ୍ପାଦକ ଜବାହର ଲାଲ ସୁବୁଦ୍ଧି ମଧୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ଜଟଣୀ ପୌର ପରିଷଦ ପକ୍ଷରୁ ସ୍ଥାପନ କରିବା ପାଇଁ ନିସ୍ପତି ନେଇଥିଲେ। ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ତଥା ସ୍ୱାର୍ଥ ପାଇଁ ଲଢ଼ୁଥିବା ମଧୁବାବୁ ଆମ ପାଇଁ ଚିରସ୍ମରଣୀୟ ହୋଇ ଚିରଦିନ ରହିବା କଥା ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ଶେଷରେ ବାସୁଦେବ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!