
କୋଦଳା, (ଆମ ଓଡିଶା ଖବର): ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବଚ୍ଛତାକୁ ନେଇ ବର୍ତମାନ ପ୍ରଶ୍ନ ଉଠିବାରେ ଲାଗିଛି । କବିସୂର୍ଯ୍ୟନଗର ବିଧାୟକଙ୍କ ତାଗିଦ ପରେ ବି ହେଉଛି ନିମ୍ନମାନର କାମ । ଗଞ୍ଜାମ ଜିଲ୍ଲାର କୋଦଳା ଅଞ୍ଚଳରେ ନିମ୍ନମାନର କାମ କରି ମାଲେମାଲ୍ ହେଉଛନ୍ତି କି ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀ ତଥା ବଡ ବଡିଆ କର୍ମଚାରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଂଚାୟତର କାଳୀମେଘି ଠାରୁ ଲୁହାକୋଟ ପର୍ଯ୍ୟନ୍ତ ରାସ୍ତା ତିଆରିରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି । ରାସ୍ତାରେ ପିଚୁ ପଡ଼ିବାର ମାତ୍ର କେଇଟା ଦିନ ପରେ ପିଚୁ ଉଠିଯାଇ ରାସ୍ତା ସାରା ବିଛେଇ ହୋଇ ପଡିରହିଛି । ଯାହା ଫଳରେ ଛୋଟ ଛୋଟ ଦୁର୍ଘଟଣା ହେଉଥିବା ନଜରକୁ ଆସିଛି । ଏହିଭଳି ନିମ୍ନମାନର କାର୍ଯ୍ୟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଉଦବେଗ ପ୍ରକାଶ ପାଇଛି । ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠି ପଡ଼ିଥିବା ବେଳେ ରାସ୍ତା ଉପରେ ଇଲେକ୍ଟ୍ରି ଖମ୍ବ ଥାଇ ବି ରାସ୍ତା କାମ ହେଉଛି । ନବ ନିର୍ମିତ ବ୍ରିଜର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ବ୍ରିଜ ର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ତଥା ଯନ୍ତ୍ରୀ ସବୁ ଜାଣି ନଜାଣିଲା ଭଳି ରହୁଛନ୍ତି କି ? ନା ଠିକାଦାରଙ୍କ ସହିତ ଅଛି କିଛି ମଧୁ ଚନ୍ଦ୍ରିକା ? ତେଣୁ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏହି ରାସ୍ତା ନିର୍ମାଣର ମାନ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି । ତେବେ ଏ ନେଇ କୌଣସି ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।

ରିପୋର୍ଟ :ଦେବାଶିଷ ମହାରଣା


More Stories
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଂଘ ଆନୁକୁଲ୍ୟରେ, ମଧୁବାବୁଙ୍କ ୯୨ତମ ଶୃତି ଦିବସ ପାଳିଲେ।
ଅଙ୍ଗାର ପଞ୍ଚାୟତ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ l