
ରାୟଗଡ଼ାର ପ୍ରଯୋଜକ ଓ ନିର୍ଦ୍ଧେଶକ ଙ୍କ କମାଲ …
ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ରାୟଗଡ଼ାର ଅନେକ ସ୍ଥାନୀୟ କଳାକାର।
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା:-୦୭/୦୨ ( ):-
ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ଓଡ଼ିଆ ଚଳଚ୍ଚିତ୍ର ଅପେକ୍ଷା ଏବେ ସାରା ଓଡ଼ିଶା ପ୍ରେକ୍ଷାଳୟ ରେ ରୂପେଲି ପରଦାରେ ଦର୍ଶକଙ୍କ ପାଇଁ ଶୁଭ ମୁକ୍ତିଲାଭ ହୋଇ ସାରିଛି ଏହି କ୍ରମରେ ରାୟଗଡ଼ାର ରିଲାଇନ୍ସ କମ୍ପ୍ଲେକ୍ସ ରେ ଥିବା ଭି କେ ସେଣ୍ଟ୍ରାଲ ସିନେମା ହୋଲ୍ ଠାରେ ଓଡ଼ିଆ ଚଳଚ୍ଚିତ୍ର ଅପେକ୍ଷାର ପ୍ରିମିୟର୍ ସୋ ଅନୁଷ୍ଟିତ ହୋଇଯାଇଛି । ରାୟଗଡାର ଡ଼ କେ ତମନ୍ନା ଙ୍କ ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ର ଟିର କାହାଣୀ ଲେଖିବା ସହ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ପ୍ରିମିୟର ସୋ ରେ ସୁଦୂର ଭୁବନେଶ୍ବର ଠାରୁ ଅଭିନେତା , ପ୍ରଦୀପ ଦେବତା, ଶକ୍ତି ବରାଳ, ହିରୋ ସାର୍ଥକ, ହିରୋଇନ ଶୁଭାଙ୍ଗୀ, ଅଭିନେତ୍ରୀ ଅଲିଭା ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ। ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ବୈଦ୍ୟନାଥ ଦାଶ। ସଂଳାପ ଆଶୁତୋଷ ବାରିକ ଲେଖିଥିବାବେଳେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି। ଭେଟେରିଆନ୍ କଳାକାର ଚୌଧୁରୀ ବିକାଶ ଦାସ, ପୁଷ୍ପା ପଣ୍ଡା , ଗୁଡୁ ଙ୍କ ଜୀବନ୍ତ ଅଭିନୟ ସହ ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଚିରାଗ, ଇପ୍ସିତା ସାହୁ ଓ ଉମାକାନ୍ତ ବାରିକ । ରାୟଗଡ଼ା ଜିଲ୍ଲାର ଅନେକ ସୁନାମଧନ୍ୟ କଳାକାର ଯଥା ପ୍ରଭାକର ମିଶ୍ର (ଟୁନା ଟନ୍ ଟନ୍), ସନ୍ତୋଷ କୁମାର ବଛା (ସୁପ୍ରିତ୍), କାଳୀ ରଥ (କୁନା), ଜି ମହେଶ ରାଓ, ରାଜ୍, ମନିଷା ଏହି ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଏହି ପ୍ରିମିୟର ଦେଖିବାକୁ ଅନେକ ପ୍ରଶଂସକ ଆସିଥିଲା ଆଉ ପ୍ରଥମ ଦିନର ସବୁ ସୋ ହାଉସଫୁଲ ହୋଇଛି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତିର ସମୀକ୍ଷା ଅନୁଷ୍ଠିତ।