କେନ୍ଦ୍ରାପଡ଼ା (ଆମ ଓଡିଶା ଖବର) 09/02ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୋଳଥିଆ ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ରେ ଶିକ୍ଷକ ଅରୂପାନନ୍ଦ ବିଶ୍ୱାଳ ଙ୍କ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ସାମଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳ,ମୁଖ୍ୟ ବକ୍ତା ସଚିତ୍ର ବେହୁରା,ସଂମ୍ମାନିତ ଅତିଥି ଭାବେ ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାମନ୍ତରାୟ,ସନାତନ ତରାଇ, ଚନ୍ଦ୍ରଭାନୁ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପେଣ୍ଠପାଳ ପଂଚାୟତ ର ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ଓ ପୂର୍ବତନ ସରପଞ୍ଚ ଧନେଶ୍ୱର ପ୍ରଧାନ ଯୋଗ ଦେଇଥିଲେ l କୋଳଥିଆ ଏକ ବନ୍ୟା ଅଞ୍ଚଳ ହୋଇଥିବାରୁ ଅନ୍ୟ ଶିକ୍ଷକ ମାନେ ଉକ୍ତ ବିଦ୍ୟାଳୟ ରେ ଯୋଗ ଦେବା ପାଇଁ ଚାଁହୁ ନ ଥିବା ବେଳେ ଅରୂପାନନ୍ଦ ବିଶ୍ୱାଳ ପ୍ରଧାନ ଶିକ୍ଷକ ଭାବେ ବିଶ୍ଵକର୍ମା ସାଜି ବିଦ୍ୟାଳୟ ର ମାନଚିତ୍ର ବଦଳାଇ ଥିଲେ l ସେ ଥିଲେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ l ଶିକ୍ଷାଦାନ ସହିତ ବିଦ୍ୟାଳୟ ର ଉର୍ନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ l ତାଙ୍କ ଅବସରକାଳୀନ ସଭା ରେ ଅଣ୍ଢରା କ୍ଲଷ୍ଟର ସିଆରସିସି ମନୋଜ ସେଠି ପୂର୍ବତନ ପ୍ରଧାନଶିକ୍ଷକ ତ୍ରିଲୋଚନ ପାତ୍ର, କମିଟି ସଭାପତି ବାବୁରାମ ସେଠି, ଅଳପୁଆ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ନାଥଶର୍ମା, ବନ୍ଦେ ମାତରମ ହାଇସ୍କୁଲର ପ୍ରଧାନଶିକ୍ଷକ ଅମୀର ସେଠି, ମାଳତିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମଧୁଛନ୍ଦା ନାଥଶର୍ମା, ଦାମୋଦର ପାଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ବେହେରା,ନିବେଦିତା ସାମଲ, କ୍ରିଷ୍ଣା ସ୍ୱାଇଁ, ଅର୍ଜୁନ ବିଶ୍ୱାଳ ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ତାଙ୍କ ଗୁଣଗାନ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଶିକ୍ଷକ ପ୍ରେମାନନ୍ଦ ଜୀବନ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ସ୍ୱାଇଁ ଓ ସ୍ମିତାଞ୍ଜଳି ନାୟକ, ବିନୋଦ ବେହେରା ପରିଚାଳନା କରିଥିଲେ l ସଭା ଶେଷରେ ଶିକ୍ଷକନେତା ଚନ୍ଦନ ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ l
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l
ଝୁରୁଛନ୍ତି ଛାତ୍ର ଛାତ୍ରୀ ଅଭିଭାବକ ଶିକ୍ଷକ,ଅରୂପାନନ୍ଦ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା


More Stories
ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥଏସ୍ପି ଅଫିସ ଘେରାଉ କଲା ଜିଲା ବିଜେଡି।
ସମଜସେବୀ ଅଭିରାମ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ।
ଉଠାଜଳସେଚନ ବିଭାଗ ର ଅବହେଳା, ହନ୍ତସନ୍ତ ଚାଷୀ।