କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,

ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ବୁଲା ଜେନାଙ୍କ ବଡ଼ ଭାଇ ଧବଳେଶ୍ବର ଜେନା (ଧୋବା) ୭୦ଙ୍କ ଆଜି ପରଲୋକ ହୋଇଯାଇଛି । ସେ ଜଣେ ମେଳାପୀ ତଥା ମିଷ୍ଟଭାସି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶୋକାକୁଳ ପରିବେଶରେ ଗ୍ରାମର ଏବଂ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶୋକସନୃପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବରିଷ୍ଠ ଆଇନଜିବୀ ଚକ୍ରପାଣି ସ୍ବାଇଁ, ପୂର୍ବତନ ବ୍ଳକ ଉପାଧ୍ଯକ୍ଷ ଭ୍ରମରବର ଭୂୟାଁ, ପୂର୍ବତନ ସରପଞ୍ଚ ଦେବରାଜ ସ୍ବାଇଁ, ପଦ୍ମ ଚରଣ ସ୍ବାଇଁ,ଆନନ୍ଦ ସ୍ବାଇଁ,ଷଣ୍ଢମୁଳ ସରପଞ୍ଚ ପ୍ରଶାନ୍ତ କୁମାର ପରିଡ଼ା, ବରିଷ୍ଠ ନେତା ଜୟସେନ ସ୍ବାଇଁ, ସୁରେନ୍ଦ୍ର ନାଥ ତିଆଡି, ପ୍ରଫୁଲ୍ଲ ଚନ୍ଦ୍ର ପଲେଇ, ସୁଦର୍ଶନ ବିଷୋୟୀ, ପାଣୁ ସ୍ବାଇଁ, ଅଭିମନ୍ୟୁ ମହାରଣା, ଦଣ୍ଡପାଣି ମହାରଣା, ଅଭିମନ୍ୟୁ ଭୂୟାଁ, ବସନ୍ତ କୁମାର ଭୂୟାଁ, କେଦାର ଭୂୟାଁ, ଦିବାକର ମେହେଣା ସମେତ ବହୁ ଜଣା ଶୁଣା ବ୍ୟକ୍ତିବିଶେଷ ଏବଂ ରାଜନେତା ମାନେ ଉପସ୍ଥିତ ଥୂଲେ । ନିଜ ଗ୍ରାମ ତାଳସର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । ଧବଳେଶ୍ବର ଜେନାଙ୍କ ସାନ ଭାଇ ବୁଲା ଜେନା ଏବଂ ଉତ୍ତମ ଜେନା ଙ୍କ ସମେତ ଆତ୍ମୀୟ ସୁଜନ ମାନେ ଉପସ୍ଥିତ ଥୂବା ବେଳେ ପୁତ୍ର ବାପି ମୁଖାଗ୍ନି ଦେଇଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!