
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ତା :-୦୯.୦୨.୨୦୨୬: ଚାନ୍ଦିଲି ଥାନା ଅଧୀନ ଜେ.କେ. ପୁର ଅଞ୍ଚଳର ଭାକୁରୁଗୁଡ଼ା ଅବସ୍ଥିତ SSB ଇଟାଭାଟିରେ ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତି ହେଉଥିବା ସମ୍ପର୍କରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ୦୯.୦୨.୨୦୨୬ ତାରିଖ ସକାଳ ପ୍ରାୟ ୧୦.୩୦ଟା ସମୟରେ ଜିଲ୍ଲାପାଳ ରାୟଗଡ, ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ, ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଶ୍ରୀ ବିଷ୍ଣୁ ଚରଣ ନାୟକଙ୍କ, ସହାୟକ ଶ୍ରମ ଅଧିକାରୀ, କାଶୀପୁର ଓ ରାୟଗଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାୟଗଡା ଓ ଖଣି ଅଧିକାରୀ, ରାୟଗଡା ଏକ ଯୁକ୍ତ ଯାଞ୍ଚ ଦଳ ଇଟାଭାଟିରେ ଚଢ଼ାଉ କରିଥିଲେ।
ଯାଞ୍ଚ ସମୟରେ ମୋଟ ୩୯ ଜଣ ଶ୍ରମିକ ଇଟାଭାଟି ପ୍ରାଙ୍ଗଣରେ ବସବାସ କରୁଥିବା ଜଣାପଡ଼ିଥିଲା, ଯାହାମଧ୍ୟରୁ ୧୩ ଜଣ ଶିଶୁ ଥିଲେ। ସେଥିରୁ ୧୧ ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଶ୍ରମ କାର୍ଯ୍ୟରେ ନିଯୁକ୍ତ କରାଯାଇଥିବା ଚିହ୍ନଟ ହୋଇଥିଲା, ଯେତେବେଳେ ୦୭ ଜଣ ଶିଶୁ ତାଙ୍କ ପିତାମାତାଙ୍କ ସହ ରହୁଥିଲେ।
ତଦନ୍ତରେ ପ୍ରକାଶ ପାଇଛି ଯେ ଇଟାଭାଟି ମାଲିକ ଶ୍ରୀ ଜି.ଏମ. କିନ୍ଦିଆ ଓ ଶ୍ରୀ ଟି. ଏଶ୍ୱର ରାଓ ଶ୍ରମିକମାନଙ୍କୁ ଅଗ୍ରିମ ଧନରାଶି ପ୍ରଦାନ କରି ୬ ମାସ ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ କରୁଥିଲେ। ୨୫ ଜଣ ଶ୍ରମିକଙ୍କୁ ଅଗ୍ରିମ ପ୍ରଳଭନ ଦିଆଯାଇ ଦିଆଯାଇଥିଲା। ଶ୍ରମିକମାନଙ୍କୁ ଦିନକୁ ୧୪ ଘଣ୍ଟାରୁ ଅଧିକ ସମୟ କାମ କରାଯାଉଥିବା ସହ ସପ୍ତାହକୁ ମାତ୍ର କମ ଟଙ୍କା ଖାଦ୍ୟ ଖର୍ଚ୍ଚ ଭାବେ ଦିଆଯାଉଥିଲା।ଶ୍ରମିକମାନେ ଅସ୍ୱଚ୍ଛ ଓ ବିପଦପୂର୍ଣ୍ଣ ପରିବେଶରେ ବସବାସ କରୁଥିବା ସହ ଚିକିତ୍ସା ସୁବିଧାର ମଧ୍ୟ ଅଭାବ ଥିବା ଅଭିଯୋଗ କରିଛନ୍ତି। କାମ ଛାଡ଼ିଲେ ଭୟଭୀତ କରାଯାଉଥିବା ମଧ୍ୟ ତାଙ୍କ ବିବୃତ୍ତିରୁ ପ୍ରକାଶ ପାଇଛି।

ଏ ସମ୍ପର୍କରେ ସହାୟକ ଶ୍ରମ ଅଧିକାରୀଙ୍କ ଦ୍ୱାରା ଚାନ୍ଦିଲି ଥାନାରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ରିପୋର୍ଟ ଦାଖଲ କରାଯାଇଛି। ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ରାୟଗଡାରେ ଅପେକ୍ଷା ସିନେମାର ପ୍ରିମିୟର ସୋ ଅନୁଷ୍ଠିତ …
ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତିର ସମୀକ୍ଷା ଅନୁଷ୍ଠିତ।