ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।

ଜଟଣୀ: “ଆମ ଓଡିଶା ଖବର” ଜାମ୍ମୁକାଶ୍ମୀର ପୁଲୱାମା ହମଲାକୁ ପୂରିଲା ୭ ବର୍ଷ। ୨୦୧୯ ଫେବୃଆରୀ ୧୪ରେ ହୋଇଥିଲା ଆତ୍ମଘାତୀ ଆକ୍ରମଣ। ଦେଶ ପାଇଁ ଆକ୍ରମଣରେ ୪୦ ଜଣ ଯବାନ ହୋଇଥିଲେ ସହିଦ। ଆଜି ଦିନରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ସାର ଦେଶରେ ବିଭିନ୍ନ ସ୍ଥାନରେ ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଦିବସ ପାଳୁଥିବା ବେଳେ, ଜଟଣୀର ୟୁଥ ଫର ନ୍ୟସନାଲର ସହ ସହ ଯୁବଛାତ୍ର ମାନେ କ୍ୟାଣ୍ଡାଲ ଶୋଭା ଯାତ୍ରାରେ ବାହାରି, ଜଟଣୀ ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡ଼ମୁଁଣେଇ ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲି ହାତରେ କ୍ୟାଣ୍ଡାଲ ଧରି ଧାଡି ବିନ୍ଧି ନାରା ଦେଇଥିଲେ, ଯୟ ଯବାନ, ସହିଦ ଯବାନ ଅମର ରହେ, ନାରାରେ ପ୍ରକମ୍ପିତ କରିଥିଲେ ଜଟଣୀ ସହର। ଆଜିର ଦିନଟି ହେଉଛି ସେହି ଚିର ସ୍ମରଣୀୟ ଫ୍ରେବୁଆରି ୧୪ ତାରିଖ। ଦୀର୍ଘ ୭ ବର୍ଷ ତଳର ଇତିହାସ। ଆଜିର ଦିନରେ ପୁଲବାମାରେ ଦେଶ ପାଇଁ ଲଢେଇ କରି ସହିଦ ହୋଇଥିଲେ, ଭାରତର ବୀର ୪୦ ଯବାନ। ଦେଶ ଏବଂ ରାଜ୍ୟବାସୀଙ୍କ ପାଇଁ ଲଢେଇ କରି ସହିଦ ହୋଇଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!