କେନ୍ଦ୍ରାପଡ଼ା (ଆମ ଓଡିଶା ଖବର )-୧୫/୦୨ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳି ପୁର ଗ୍ରାମରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ବ୍ଲକ ସ୍ତରୀୟ ୪0 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପୁରଖା କ୍ରିକେଟ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପଟ୍ଟାମୁଣ୍ଡାଇ ବ୍ଲକର ଟିଚର୍ସ କ୍ଲବ , ମାଳି ପୁର ,ବାଲିପଡ଼ା,ନୀଳକଣ୍ଠ ପୁର,ମୂଳବସନ୍ତ,ଗାଙ୍ଗ ପଡା , ଅଢାଜୋରି ,ବାଲି ପାଟଣା ଗ୍ରାମର ୮ଟି ଦଳ ଭାଗ ନେଇଥିଲେ । ଗତକାଲି ଉଦ୍ଘାଟନୀ ଦିବସରେ ୪ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା ବେଳେ ବାଲି ପଡା,ଟିଚର୍ସ କ୍ଲବ,ନୀଳକଣ୍ଠ ପୁର, ବାଲି ପାଟଣା ଟିମ ବିଜୟ ଲାଭ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଜି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ ବାଲିପଡା ଓ ବାଲିପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ବାଲିପାଟଣା ଦଳ ବିଜୟ ଲାଭ କରିଥିଲା । ଏହି ମ୍ୟାଚରେ ବାଲିପାଟଣାର ପବିତ୍ର ବିଶ୍ୱାଳ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରା ଯାଇଥିଲା । ୨ୟ ସେମି ଫାଇନାଲ ମ୍ୟାଚ ଟିଚର୍ସ କ୍ଲବ ଏବଂ ନୀଳକଣ୍ଠ ପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ନୀଳକଣ୍ଠପୁର ବିଜୟ ଲାଭ କରିଥିଲା । ଏହି ମ୍ୟାଚରେ କମଳାକାନ୍ତ ବେହେରା ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଫାଇନାଲ ମ୍ୟାଚ ବାଲିପାଟଣା ଓ ନୀଳକଣ୍ଠପୁର ମଧ୍ୟରେ କଡା ଟକ୍କର ସହିତ ଖେଳା ଯାଇଥିଲା । ପ୍ରଥମେ ନୀଳକଣ୍ଠପୁର ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୩ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ପରେ ୧୪୨ ରନ ର ବିଜୟ ଲକ୍ଷ ରଖି ବାଲିପାଟଣା ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୩ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା । ଫାଇନାଲ ମ୍ୟାଚରେ ନୀଳକଣ୍ଠପୁର ବିଜୟ ଲାଭ କରି ବିଜେତା ଟ୍ରଫି ହାସଲ କରିଥିବା ବେଳେ ବାଲିପାଟଣା କୁ ରନର୍ସ ଟ୍ରଫିରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ନୀଳକଣ୍ଠପୁର ଦଳର କମଳାକାନ୍ତ ବେହେରାଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରା ଯାଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଶାନ୍ତ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ରମାକାନ୍ତ ସାହୁ ,ଆଶିଷ ମଲିକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସଞ୍ଜୟ ରାଉତ ଏବଂ ସଞ୍ଜିବ ମଳିକ ଅମ୍ପାୟାର ଦାୟିତ୍ୱ ତୁଲାଇ ଥିବା ବେଳେ ମାଳିପୁର ପାଣ୍ଡଵ ଗୋସ୍ୱାମୀ କ୍ରିକେଟ କ୍ଲବର ସୌମ୍ୟ ରଞ୍ଜନ ବେହେରା,ଅଣାକର ମଳିକ,ସମୀର ମଳିକ, ନିରଞ୍ଜନ ସେଠୀ କ୍ଷୀରୋଦ ମଳିକ ସୁଜିତ ବିଶ୍ୱାଳ,ସନ୍ତୋଷ ସେନାପତି,ସୁନୀଲ ମଳିକ ଙ୍କ ସହିତ ସମସ୍ତ ସଭ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।