ପୁରୁଣା ଇଟାରେ କବରସ୍ତାନ ପାଚେରୀ ନିର୍ମାଣ।

କାଉନସିଲର-ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା
ଭିଜିଲାନ୍ସରେ ମାମଲା କରିବୁ: ୱାର୍ଡବାସୀ
କେନ୍ଦ୍ରାପଡ଼ା,(ଆମ ଓଡିଶା ଖବର )୧୬ା୨:କେନ୍ଦ୍ରାପଡା ସହର ୨୧ ନଂ. ୱାର୍ଡ କଜଳା ଗ୍ରାମରେ ୧୫ ଲକ୍ଷ ଟଙ୍କା ବ୍ୟୟରେ କବରସ୍ତାନର ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ଏହି ୧୫ ଲକ୍ଷରୁ ୭ ଲକ୍ଷ କାଉନସିଲର-ଠିକାଦାର-ଯନ୍ତ୍ରୀ ଖାଇଯିବାକୁ ବସିଛନ୍ତି । ଏହାକୁ ନେଇ କଜଳା ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ୱାର୍ଡବାସୀ ଏହି ହରିଲୁଟ୍କୁ ନେଇ ଭିଜିଲାନ୍ସରେ ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି । ୱାର୍ଡବାସୀଙ୍କ କହିବାନୁଯାୟୀ ନୂଆ ଇଟାରେ ପାଚେରୀ ନିର୍ମାଣ ହେବ ବୋଲି ଏଷ୍ଟିମେସନ ହୋଇଥିଲା । କିନ୍ତୁ ଠିକାଦାର ପୂର୍ବରୁ ଯେଉଁ ପାଚେରୀ ଥିଲା ସେହି ପାଚେରୀର ପୁରୁଣା ଇଟାରେ ପାଚେରୀ ନିର୍ମାଣ କରୁଛନ୍ତି । ସେହିପରି ପୌରପାଳିକା ବୈଠକରେ ନିର୍ଦ୍ଧାରିତ ହୋଇଥିଲା ବ୍ରାଣ୍ଡେଡ ସିମେଣ୍ଟ ଓ ଇଟା ବ୍ୟବହାର କରିବା ପାଇଁ । ହେଲେ ଠିକାଦାର ନଟ୍ ଫର ସେଲ ସିମେଣ୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହିଭଳି ଭାବେ ଗଫଲତି କରାଯାଇ ୭ ଲକ୍ଷ ହରିଲୁଟ୍ ପାଇଁ ଯୋଜନା ହୋଇଛି । ଲୋକଙ୍କ ଟିକସ ଅର୍ଥକୁ ହରିଲୁଟ୍ କରିବା ପାଇଁ ଏଣ୍ଲୁଟ୍ ସିଣ୍ଡିକେଟ୍ ତିଆରି ହୋଇଛି । ଏହି ସିଣ୍ଡିକେଟ୍ର ଚେୟାରମ୍ୟାନ ହେଉଛନ୍ତି ଯନ୍ତ୍ରୀ, ଭାଇସ ଚେୟାରମ୍ୟାନ ହେଉଛନ୍ତି ଠିକାଦାର ଓ ଡେପୁଟୀ ଚେୟାରମ୍ୟାନ ହେଉଛନ୍ତି କାଉନସିଲର ସାହେବ । ଏହି ତିନି ଜଣଙ୍କ ମିଲି ଭଗତରେ ସାଧାରଣ ଜନତାଙ୍କ ଟିକସ ଅର୍ଥ ହରିଲୁଟ୍ ହେଉଛି । ୱାର୍ଡବାସୀ କହିଛନ୍ତି ମୋହନ ସରକାର ଏବେ ଟିକିନିକି କାମ ଜଗୁଛନ୍ତି । କୌଣସି ସିଣ୍ଡିକେଟ୍କୁ ସେ ସହ୍ୟ କରୁନାହାଁନ୍ତି । କୌଣସି ଗଫଲତି ହେଲେ ସେ ଭିଜିଲାନ୍ସ ପୁରାଇ ଦେଉଛନ୍ତି । ତେଣୁ ଏହି ନିର୍ମାଣକୁ ନେଇ ଭିଜିଲାନ୍ସରେ ଏତଲା ହେବ । ସିଣ୍ଡିକେଟ୍ର ୩ ସଦସ୍ୟଙ୍କୁ କିଛି ଦିନ ପାଇଁ ବାରିମୂଳ ଆଶ୍ରମ ଯିବାକୁ ପଡିବ ବୋଲି ଶୁଣିବାକୁ ମିଳୁଛି । ୩ ଜଣ ଯାକ ବାରିମୂଳ ଯାଇ ଏମିତି ପାନେ ପାଇବେ ଯେ ବାପାକୁ ମଉସା ଡାକିବେ । କାରଣ ଏବେ ଏଭଳି ହରିଲୁଟ୍ କରୁଛନ୍ତି ଯାହାର କୌଣସି କ୍ଷମା ନାହିଁ । ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି ଲୋକଙ୍କ ଟିକସ ଅର୍ଥରେ ଲୋକଙ୍କ ସେବା କରିବା ପାଇଁ । ଲୋକଙ୍କ ପାଇଁ ବିଭିନ୍ନ ଫାସିଲିଟି କରିବା ପାଇଁ । ହେଲେ ସିଣ୍ଡିକେଟ୍ର ସଦସ୍ୟମାନେ ସବୁ ହରିଲୁଟ୍ କରୁଛନ୍ତି । ଯେତେବେଳେ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଉଠୁଛି ଯନ୍ତ୍ରୀ ୭ ଦିନ ପାଇଁ ଛୁଟିରେ ପଳାଉଛନ୍ତି । ହେଲେ ଲୋକେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯନ୍ତ୍ରୀ ମହୋର୍ଦୟ କେତେଦିନ ପାଇଁଓ କେଉଁ ରାଜ୍ୟକୁ ଛୁଟିରେ ବୁଲିବାକୁ ଯିବେ ତାହାକୁ ନେଇ ୱାର୍ଡବାସୀ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହିଛନ୍ତି ଏଥର ଯନ୍ତ୍ରୀ ମହୋଦୟ ଛୁଟି ମନାଇବା ପାଇଁ ବାରିମୂଳ ଆଶ୍ରମ ଯିବେ । ସେହିଠାରେ ମାମୁଁ ଘର ରହିଛି । ମାମୁଁ ଘରେ କିଛି ଦିନ ବୁଲି ଆସିବା ପରେ ତାଙ୍କ ଚୈତନ୍ୟ ଉଦୟ ହେବ । ଫଳରେ ଦୁର୍ନୀତି ନାଁ ଶୁଣିଲେ ତାଙ୍କ ନିଦ ହଜିଯିବ । ଯଦିୀ ଜେଇ ମହୋଦୟ ୨୦ ପରସେଣ୍ଟ ପିସି ନେବେ ତେବେ କାମ କିପରି ହେବ । କାମର ସ୍ଥାୟିତ୍ୱ କେତେଦିନ ରହିବ । ବାଲି ସହ ସିମେଣ୍ଟ ମିଶାଇବା ବଦଳରେ କେବଳ ବାଲି ଓ ପାଣିରେ ମସଲା ତିଆରି ହେବ । ନାଁକୁ ମାତ୍ର ସିମେଣ୍ଟ ଛିଞ୍ଚି ଦିଆଯିବ । ଫଳରେ କିଛିଦିନ ପରେ ପାଚେରୀ ପୁନର୍ବାର ଭାଙ୍ଗିବ ଓ ଏଥିପାଇଁ ପୁଣି ଟେଣ୍ଡର ହେବ । ଯନ୍ତ୍ରୀମାନେ ଏହିପରି ଭାବେ ମୁଛରେ ତେଲ ମାରି ବସିବେ ଓ କେନ୍ଦ୍ରାପଡ଼ାବାସୀ ଏହାକୁ ଦେଖୁଥିବେ । ହେଲେ ଏବେ ଆଉ ତାହା ଚଳିବ ନାହିଁ ବୋଲି କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀମାନେ ମତ ଦେଇ ସାରିଲେଣି । ସେମାନେ କହିଲେଣି ଏବେ ରଙ୍ଗେ ହାତ ସମସ୍ତଙ୍କୁ ଭିଜିଲାନ୍ସ ଧରିବ ଓ ସେମାନେ ସାକ୍ଷୀ ଦେବେ । କାରଣ ଯେଉଁ ଯନ୍ତ୍ରୀର ଲକର ଖୋଲିବ ସେଠାରୁ କୋଟି କୋଟି ଟଙ୍କା ମିଳିବ ।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!