ସାମାଜିକ ଅନୁଷ୍ଠାନ ଅମ୍ରିତ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ  l

ପୁରୀଜିଲ୍ଲା (ଆମ ଓଡ଼ିଶା ଖବର )ଡେଲାଙ୍ଗ ତା ୧୬-୨-୨୬ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାସନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସାମାଜିକ ଅନୁଷ୍ଠାନ ଅମ୍ରିତ ପକ୍ଷରୁ ସାମାଜିକ ଅନ୍ଧ ବିଶ୍ୱାସ ଓ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିଲେ । ସେ ନିଜର ଅଭିଭାଷଣରେ କହିଥିଲେ ଯେ ସାମାଜିକ ବିକାଶ ଲାଗି ଅନ୍ଧ ବିଶ୍ୱାସ ଏକ ପ୍ରାଚୀର ସଦୃଶ, ଅନ୍ଧ ବିଶ୍ୱାସ ଦୂର କରିବା ଶିକ୍ଷା ସହ ବୈଜ୍ଞାନିକ ଦୃଷ୍ଟି କୋଣର ଆବଶ୍ୟକତା ରହିଛି ,ସଚେତନତା ଦ୍ୱାରା କେବଳ ଏହା ଦୂର କରାଯାଇ ପାରିବ । ଅନ୍ଯମାନଙ୍କ ମଧ୍ଯରେ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ଦିଗମ୍ବର ରଥ, ସାଧାରଣ ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଓ ଅମରେନ୍ଦ୍ର ମଙ୍ଗରାଜ ,ଗୋପାଳ ଚନ୍ଦ୍ର ମହାପାତ୍ର, ,ପ୍ରଭାତ କୁମାର ସେଠୀ, ପ୍ରକାଶ କୁମାର ଜେନା ଓ ଲକ୍ଷ୍ମୀ ନାରାୟଣ ପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସମସ୍ତ ବକ୍ତା ଏହି ଆଲୋଚନାରେ ଅଂଶ ଗ୍ରହଣ କରି ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ସରକାରୀ ନଥିପତ୍ରରେ ଏବେ ସୁଦ୍ଧା ବ୍ୟବହାର ନେଇ ସରକାରଙ୍କ ବଳିଷ୍ଠ ପଦକ୍ଷେପ ନେବା ଦେଖା ଯାଉନି। ଅଣ ଓଡ଼ିଆ ଉଚ୍ଚ ପଦସ୍ଥ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ସରକାରଙ୍କ ଦୁର୍ବଳ ଇଚ୍ଛାଶକ୍ତି ଏଥି ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଥିଲା। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଓଡ଼ିଆ ଭାଷାରେ ସରକାରୀ ଚିଠି ପତ୍ର ଆଦାନ ପ୍ରଦାନ ପାଇଁ ଦୃଢ଼ ଦାବି କରାଯାଇଥିଲା। ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବସନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ ।

ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!